କଲେଜ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ FM କଲେଜ ଛାତ୍ରୀଙ୍କ ବାପା

ଜିଲ୍ଲାପାଳ, SPଙ୍କୁ ଭେଟିଲେ ମୃତ ବାଲେଶ୍ବର FM କଲେଜ ଛାତ୍ରୀଙ୍କ ବାପା। କଲେଜ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ । ୪ ଗିରଫ ହୋଇଛନ୍ତି, କିନ୍ତୁ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି ।

ଝିଅକୁ ଉସୁକାଇଥିବା ବ୍ୟକ୍ତିଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହୋଇନି ।

FM College student s father
ଜିଲ୍ଲାପାଳ ଓ ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି, କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି ।

ନୀରବି ଯାଇଥିଲା ସାହାସୀ ଝିଅଟିଏ ସ୍ବର.। 3 ଦିନ ମୃତ୍ୟୁ ସହ ଲଢେଇ କରି ଶେଷରେ ହାରିଯାଇଥିଲେ ଏଫ୍ଏମ କଲେଜ ଛାତ୍ରୀ । ଏ ଲଢେଇ ଥିଲା ତାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲା କିଛି ଚରିତ୍ରଙ୍କୁ ଦଣ୍ଡ ଦେବା । ସବୁଠି ନ୍ୟାୟ ମାଗିଲେ...ନିରାଶ ହେଲେ..ଶେଷରେ ଆତ୍ମାହୁତି ଉଦ୍ୟମ କଲେ । ଏହି ଘଟଣା କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଶେଷରେ ନ୍ୟାୟ ମାଗି ମାଗି ସୋମବାର ବିଳମ୍ବିତ ରାତିରେ ସମସ୍ତଙ୍କୁ ପର କରି ଆରିପାରିକୁ ଚାଲି ଯାଇଛନ୍ତି ଜଣେ 20 ବର୍ଷୀୟ ଯୁବତୀ । ବାଲେଶ୍ୱର ଛାତ୍ରୀଙ୍କ ସହ କଣ ଘଟିଥିଲା ? ନ୍ୟାୟ ଯୁଦ୍ଧ କେବେଠୁ ଆରମ୍ଭ ହୋଇଥିଲା ? କଠୋର ନିଷ୍ପତ୍ତି ନେବାକୁ କିଏ ଏବଂ କେଉଁ ପରିସ୍ଥିତି ବାଧ୍ୟ କରିଥିଲା ? ଗତ 8 ମାସ ଧରି ଏକୁଟିଆ ସଂଗ୍ରାମ କରୁଥିବା ସାହସୀ ଝିଅ ଶେଷଯାତ୍ରାରେ । ଜାଣନ୍ତୁ ପୂରା ଘଟଣାକ୍ରମ ....

ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ଟ୍ବିଟ କରିଥିଲେ ଏଫଏମ୍ କଲେଜ ଛାତ୍ରୀ । ଯେଉଁଥିରେ ଥିଲା ଅଭିଯୋଗ ଫର୍ଦ୍ଦ ...ବାଲେଶ୍ବର ଫକିର ମୋହନ ମହାବିଦ୍ୟାଳୟରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି, କଲେଜର ଅଧ୍ୟାପକ ସମୀର ସାହୁ ତାଙ୍କୁ ଫେବର ପାଇଁ କହୁଥିବା ଉଲ୍ଲେଖ କରିଥିଲେ । କ୍ଲାସରେ ଅନୁପସ୍ଥିତିର ଫାଇଦା ଉଠାଇ ସମସ୍ତଙ୍କ ସାମ୍ନାରେ ଅପମାନ କରାଯାଉଥିବା ଉଲ୍ଲେଖ କରିଥିଲେ ମୃତ ଛାତ୍ରୀ ଜଣଙ୍କ । ଏଥିରେ ସେ ମାନସିକ ସନ୍ତୁଳନ ହରାଇ ପୂର୍ବରୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ । ଏପରିକି ଏ ସମ୍ପର୍କରେ କଲେଜର ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଜୁନ 30ରେ ଜଣାଇଥିବା ଉଲ୍ଲେଖ କରିଛନ୍ତି । ଇଣ୍ଟରନାଲ କମ୍ଲେଣ୍ଟ କମିଟି(ଆଇସିସି) ତଦନ୍ତ କରୁଛି ବୋଲି ତାଙ୍କୁ ଜଣାଇ ଦିଆଯାଇଥିଲା ।

ଜୁଲାଇ 12:

ଅଭିଯୋଗର ତଦନ୍ତ କରି ଆଇସିସି ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ । ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ମୃତଛାତ୍ରୀ । କଲେଜ ଅଧ୍ୟକ୍ଷଙ୍କୁ ଭେଟିଥିଲେ। କଲେଜ ବାହାରେ ଧାରଣା ଦେଇଥିଲେ । ଏହା ପରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇପଡିଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+