ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ: ପୀଡିତା ତାରିଣୀ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନେଇଥିବା ସନ୍ଦେହ
ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ । ତାରିଣୀ ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କ ସୂଚନା ଅନୁସାରେ ଜଣେ ଯୁବତୀ ବୋତଲରେ ପେଟ୍ରୋଲ ନେଇଥିଲେ । ସ୍କୁଟିରେ ପେଟ୍ରୋଲ ନାହିଁ ବୋଲି କହି ପେଟ୍ରୋଲ ନେଇଥିଲେ । ସେହି ପେଟ୍ରୋଲରେ କଲେଜ ଛାତ୍ରୀ ନିଆ ଲଗାଇଥିବା ସନ୍ଦେହ କରାଯାଛି । ତାରିଣୀ ପେଟ୍ରୋଲ ପମ୍ପରେ ଲଗାତାର ଛାନଭିନ ଚଳାଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଟିମ୍ ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିଥିବା ଜଣାପଡିଛି ।
ଏହି ମାମଲାରେ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ବିରୁଦ୍ଧରେ ମିଳିଛି ବଡ ପ୍ରମାଣ । ଏଭଳି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଧେଶକ। ସମୀରଙ୍କ ବିରୋଧରେ ପ୍ରମାଣ ମିଳିଛି । ଆଜି କମିଟିର ତଦନ୍ତ ଶେଷ ହେବ । ଖୁବଶୀଘ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ। ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରୀୟ କମିଟି କଲେଜରେ ପହଞ୍ଚି ତଦନ୍ତ ଚଲାଇଛି । ଗତକାଲି ICC ସଦସ୍ୟ ଓ ୩ ଜଣ ଛାତ୍ରଙ୍କୁ ପଚରାଉ ଉଚରା କରାଯାଇଥିଲା । ଆଜି ପୁଣି ଆଉ ୮ ଜଣଙ୍କୁ ହାଜର ପାଇଁ ନିର୍ଦ୍ଦେଶ ହୋଇଛି । ଏପଟେ FM କଲେଜରେ ଲାଗିବ ନୂଆ CCTV ।













Click it and Unblock the Notifications