ଏଫ୍ଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା, ୩୪୯ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ
ବାଲେଶ୍ଵର ଏଫ୍ ଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା । ଆଜି ବାଲେଶ୍ଵର ଏସ ଡି ଜେ ଏମଙ୍କ କୋର୍ଟ ରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ୍ । ଏଫ୍ ଏମ କଲେଜ୍ ଛାତ୍ରୀ ଆତ୍ମାହୁତି ମାମଲାରେ ଆଜି କୋର୍ଟରେ କ୍ରାଇମ୍ ବ୍ରାଞ୍ଚ ଟିମ୍ ପହଞ୍ଚି ଚାର୍ଜସିଟ ଦାଖଲ କରିଛି । ବାଲେଶ୍ବର ଏସ୍ଡିଜେଏମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି ।

ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଏଚଓଡି ସମୀର ସାହୁ ଓ ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି । ଉଭୟଙ୍କର ଜାମିନ ଜିଲ୍ଲା ଦୌରାଜଜ କୋର୍ଟରେ ଖାରଜ ହୋଇଥିବା ବେଳେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରାଯାଇଛି । ଘଟଣାରେ ୧୨୦ଜଣ ସାକ୍ଷୀଙ୍କ ବୟାନ ସହ ୩୪୯ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରାଯାଇଛି ।












Click it and Unblock the Notifications