ଏଫ୍ଏମ୍ କଲେଜ୍ ଛାତ୍ରୀ ଆତ୍ମାହୁତି ମାମଲା: ଶରୀର ପୋଡ଼ିଯାଇଛି ୯୫ ପ୍ରତିଶତ , ୪୮ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ
ଏଫଏମ୍ କଲେଜ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଯୁବତୀ ଜଣକ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତର କହିଛନ୍ତି, ଆସନ୍ତା ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ! ଏମ୍ସରେ ସଂକଟାପନ୍ନ ଅବସ୍ଥାରେ ବାଲେଶ୍ୱର FM କଲେଜ ଛାତ୍ରୀଙ୍କ ଚିକିତ୍ସା ଚାଲିଛି। ଛାତ୍ରୀଙ୍କ ଶରୀରର ପ୍ରାୟ ୯୦ରୁ ୯୫ ପ୍ରତିଶତ ପୋଡି ଯାଇଛି। ଆସନ୍ତା ୨୪ରୁ ୪୮ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ । ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସେଭଳି କିଛି ସୁଧାର ଆସି ନ ଥିବା AIIMS ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି। ଛାତ୍ରୀଙ୍କୁ ICU ଭେଣ୍ଟିଲେଟରରେ ରଖାଯାଇଛି।

ନିଆଁ ଲାଗିବା ଯୋଗୁ ଇଣ୍ଟରନାଲ ଆଘାତ ହୋଇଛି। କିଡ୍ନୀ ପ୍ରଭାବିତ ହୋଇଛି । ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଚିକିତ୍ସା କରୁଛନ୍ତି । ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାର ତଦାରଖ ପାଇଁ ଏମ୍ସ ପକ୍ଷରୁ ୮ ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି। କମିଟି ଛାତ୍ରୀଙ୍କ ଚିକିତ୍ସା ତଦାରଖ କରିବେ












Click it and Unblock the Notifications