ଏଫଏମ କଲେଜ ଛାତ୍ରୀ ଘଟଣା: ସନ୍ଦେହ ଘେରରେ ‘ଆଇସିସି' ରିପୋର୍ଟ

ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ପୂର୍ବରୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ପ୍ରସ୍ତୁତ କରିଥିବା ତଦନ୍ତ ରିପୋର୍ଟ ଏବେ ଗଣମାଧ୍ୟମ ହାତରେ ।

ଅଧ୍ୟାପକ ସମୀର ସାହୁଙ୍କ ନିର୍ଯାତନା ସମ୍ପର୍କରେ ଗତ ୩୦ ତାରିଖରେ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଅଭିଯୋଗ ପରେ ୧ ତାରିଖରେ ଅଧ୍ୟକ୍ଷ ଦିଲୀପ କୁମାର ଘୋଷ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠନ ସହ ତଦନ୍ତ ଆରମ୍ଭ କରିଥିଲେ।

ICC report under suspicion

୮ ଦିନ ମଧ୍ୟରେ ଅର୍ଥାତ ୯ ତାରିଖରେ କମିଟି ଅଧ୍ୟକ୍ଷଙ୍କୁ ଦେଇଥିବା ରିପୋର୍ଟର ସତ୍ୟତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୧୦ ପୃଷ୍ଠାରେ ପ୍ରସ୍ତୁତ ସମ୍ପୂର୍ଣ୍ଣ ରିପୋର୍ଟରେ ଅଭିଯୁକ୍ତ ଅଧ୍ୟାପକ ଶ୍ରୀ ସାହୁଙ୍କ ବିରୋଧରେ କିଛି ଉଲ୍ଲେଖ ହୋଇ ନ ଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ଛାତ୍ରୀ ସୌମ୍ୟାଶ୍ରୀଙ୍କ ବିରୋଧରେ ବହୁ କଥା ଲେଖାଯାଇଛି।

ସବୁଠାରୁ ବଡ଼ କଥା ହେଲା, ଇଣ୍ଟିଗ୍ରେଟେଡ଼ ବିଏଡ୍‌ ବିଭାଗ ସମେତ ଅନ୍ୟାନ୍ୟ ବିଭାଗରୁ ଲଟେରୀ ମାଧ୍ୟମରେ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ମନୋନୟନ କରି ଆଇସିସି ସଦସ୍ୟ ସେମାନଙ୍କର ମତ ସଂଗ୍ରହ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏମିତିିକି ସୌମ୍ୟାଶ୍ରୀଙ୍କ ବିଶୃଙ୍ଖଳିତ ଅାଚରଣ ସମ୍ପର୍କରେ ସେ ରହୁଥିବା ଏକ ଘରୋଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ପଚାରି କମିଟି ରିପୋର୍ଟରେ ଉଲ୍ଲେଖ କରିଛି।

ଅନ୍ୟପକ୍ଷରେ ଅଭିଯୁକ୍ତ ଅଧ୍ୟାପକ ଶ୍ରୀ ସାହୁଙ୍କ ସପକ୍ଷରେ ଏହି ରିପୋର୍ଟରେ ଲେଖା ହୋଇଥିବା ଦେଖିବାକୁ ମିଳିଛି। ସେ ଜଣ ଛାତ୍ରବତ୍ସଳ ଶିକ୍ଷକ ଭାବେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ସହିତ ଶିକ୍ଷାଦାନକୁ ଅଧିକ ଗୁରୁତ୍ବ ଦେଉଥିଲେ ବୋଲି ରିପୋର୍ଟରେ କୁହାଯାଇଛି। କାହା ଚାପରେ ପଡ଼ି ଆଇସିସି ଏହି ରିପୋର୍ଟ ପ୍ରସ୍ତୁତ କରିଥିବା ସନ୍ଦେହ ପ୍ରକାଶ ପାଇଛି। ତଦନ୍ତକାରୀ ଦଳ ଏଥିପ୍ରତି ଗୁରୁତ୍ବ ଦେଇ ଉଚିତ ପଦକ୍ଷେପ ନେବେ ବୋଲି ବିଭିନ୍ନ ମହଲରୁ ଆଶା ପ୍ରକାଶ ପାଇଛି। ପ୍ରକାଶ ଥାଉକି, ଦୁର୍ଘଟଣା ଦିନ ଅଧ୍ୟକ୍ଷଙ୍କ ନିକଟରୁ ଏହି ରିପୋର୍ଟ ନେଇ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅସନ୍ତୋଷ ପ୍ରକାଶ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+