ଏଫ୍ଏମ କଲେଜ ଛାତ୍ରୀ ଜୀବନ ହାରିବା ଘଟଣା; ଗିରଫ ଅଧ୍ୟକ୍ଷଙ୍କ ବେଲ୍ ଆବେଦନ ଦ୍ବିତୀୟ ଥର ପାଇଁ ଖାରଜ
ଏଫ୍ଏମ କଲେଜ ଛାତ୍ରୀ ଜୀବନ ହାରିବା ଘଟଣା । ଗିରଫ ଅଧ୍ୟକ୍ଷଙ୍କ ବେଲ୍ ଆବେଦନ ଖାରଜ । ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନିଲମ୍ବିତ ତଥା ଗିରଫ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କ ଆଜି ଜାମିନ ଆବେଦନ ଶୁଣାଣି ଖାରଜ ହୋଇଛି । ଏହି ଆବେଦନକୁ ଏସ୍ ଡି ଜେ ଏମ୍ କୋର୍ଟ ଖାରଛ କରିଛନ୍ତି । ତାଙ୍କର ଏହା ଦ୍ବିତୀୟ ଥର ପାଇଁ ୧୪ ଦିନ ଅବଧି ଖାରଜ ହୋଇଛି । ତାଙ୍କର ବେଲ୍ କୁ ଏସ୍ ଡି ଜେ ଏମ୍ କିଶୋର କୁମାର ନାଥ ଖାରଜ କରିଛନ୍ତି ।

ସୂଚନା ଅନୁସାରେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ବିଏଡ୍ ଛାତ୍ରୀ ଦୁଷ୍କର୍ମ ଅଭିଯୋଗରେ ନ୍ୟାୟ ନପାଇ ଘଟଣା ସବୁଠି ଚର୍ଚ୍ଚା ସୃଷ୍ଟି କରିଥିଲା । ଛାତ୍ରୀ ନ୍ଯାୟ ନପାଇବାରୁ ଜୁଲାଇ ମାସ ୧୨ ତାରିଖରେ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜକୁ ନିଆଁ ଲଗାଇ ଜୀବନ ହରିବାକୁ ଉଦ୍ୟମ କରିଥିଲେ। ପରବର୍ତ୍ତୀ ସମୟରେ ଛାତ୍ରୀ ଜଣକ ମୃତ୍ୟ ବରଣ କରିଥିଲେ। ତେବେ ଏହି ଘଟଣା ଘଟିବା ଦିନ hod ସମୀର ସାହୁଙ୍କୁ ଗିରଫ କରାଯାଇ ନିଲମ୍ବନ କରାଯାଇଥିଲା । ପରେ କଲେଜ ଅଧ୍ୟକ୍ଷଙ୍କୁ ନିଲମ୍ବନ ସହ ଗିରଫ କରାଯାଇଥିଲା । ଗିରଫ ଅଧ୍ୟକ୍ଷଙ୍କ ଦୁଇ ଥର ଜାମିନ ଖାରଜ କରାଯାଇଛି । ଅନ୍ୟପଟେ ଆଜି ସମୀରଙ୍କ ଦ୍ବିତୀୟ ଥର ପାଇଁ ଜାମିନ ଆବେଦନ ଶୁଣାଣି ରହିଛି ବୋଲି ଜଣାପଡିଛି ।












Click it and Unblock the Notifications