Get Updates
Get notified of breaking news, exclusive insights, and must-see stories!

AIIMSରେ ଆତ୍ମହୁତି ଉଦ୍ୟମ କରିଥିବା FM କଲେଜ୍‌ର ଛାତ୍ରୀ; ଆବଶ୍ୟକ ହେଲେ ଏୟାରଲିଫ୍ଟ କରିବା ପାଇଁ ପ୍ରସ୍ତୁତି

AIIMSରେ ଆତ୍ମହୁତି ଉଦ୍ୟମ କରିଥିବା FM କଲେଜ୍‌ର ଛାତ୍ରୀ । ସଙ୍କଟାପନ୍ନ ଅବସ୍ଥାରେ ବର୍ଣ୍ଣ ୟୁନିଟ୍‌ରେ ଚାଲିଛି ଚିକିତ୍ସା। ୧୨ ଜଣିଆ ଡାକ୍ତରୀ ଦଳ ଚିକିତ୍ସା ପାଇଁ ନିୟୋଜିତ। ଆବଶ୍ୟକ ହେଲେ ଏୟାରଲିଫ୍ଟ କରିବା ପାଇଁ ପ୍ରସ୍ତୁତି। ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ହୃଦୟ ବିଦାରକ ଘଟଣା ।

ଜଣେ ସହକାରୀ ପ୍ରଫେସରଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଆସୁଥିବା ଛାତ୍ରୀ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ପୀଡ଼ିତା ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି । ବର୍ତ୍ତମାନ ସେ ଏମ୍‌ସ ଭୁବନେଶ୍ବରରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଏ ନେଇ ଏମ୍‌ସ ଚିକିତ୍ସାଧିକାରୀ କହିଛନ୍ତି, ବର୍ତ୍ତମାନ ଛାତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଜଟିଳ ରହିଛି । ୧୨ଜଣିଆ ଡାକ୍ତରୀ ଦଳ ଚିକିତ୍ସାରେ ନିୟୋଜିତ ରହିଛନ୍ତି । ଶରୀରର ୯୦ ପ୍ରତିଶତରୁ ଅଧିକ ଜଳିଯାଇଛି । ତାଙ୍କୁ ୭୨ଘଣ୍ଟା ନିରୀକ୍ଷଣରେ ରଖାଯିବ । ଚେତା ଫେରିବା ପରେ ଯାହା କିଛି କହିହେବ । ଅପରପକ୍ଷେ ରାଜ୍ୟ ସରକାର ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି ।

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି । ଏଥି ସହିତ ସହକାରୀ ପ୍ରଫେସର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି । ପୀଡ଼ିତା ଛାତ୍ରୀ ଭୋଗରାଇ ଅଞ୍ଚଳର । ‌‌ସେ ଏଫ୍‌ଏମ୍‌ କଲେଜରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀ । ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ କର୍ମକର୍ତ୍ତା ମଧ୍ୟ । ଗତ କିଛିମାସ ହେବ ତାଙ୍କୁ ବିଏଡ୍‌ ବିଭାଗର ବିଭାଗୀୟ ମୁଖ୍ୟ ତଥା ସହକାରୀ ପ୍ରଫେସର ସମୀର କୁମାର ସାହୁ ହଇରାଣ କରିଆସୁଥିଲେ ।

ତାଙ୍କୁ ଅସଦାଚରଣ ସହ ପରୋକ୍ଷରେ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିବା ନେଇ ସେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିରେ ଜୁଲାଇ ୧ରେ ଅଭିଯୋଗ କରିଥିଲେ । ପ୍ରାୟ ୪ଦିନ ତଳେ କମିଟି ଏ ନେଇ କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ରିପୋର୍ଟ ପ୍ରଦାନ କରିଥିଲା । ତେବେ, ଏଥିରେ ଅଭିଯୁକ୍ତ ଏଚ୍‌ଓଡି ସମୀର କୁମାରଙ୍କୁ ସୁହାଇଲା ଭଳି ରିପୋର୍ଟ ପ୍ରଦାନ ସହ ମାମଲାର ସମାଧାନ ପାଇଁ ଛାତ୍ରୀଙ୍କ ଉପରେ ଚାପ ପକାଯାଇଥିଲା ବୋଲି କୁହାଯାଉଛି । ଫଳରେ ଶନିବାର ଛାତ୍ରୀ ଜଣକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

FM College student attempts suicide at AIIMS

ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ସହପାଠୀ କଶିଷ୍‌ ଦାସ କହିଛନ୍ତି, କଲେଜରେ ଯୋଗଦେବା ପରେ କ୍ଲାସରେ ବିଭିନ୍ନ ଇସ୍ୟୁ ହେଉଥିବା ନେଇ ସେ ମୋତେ କହିଥିଲେ। କିନ୍ତୁ ମୁଁ ଏହାକୁ ଗୁରୁତ୍ୱର ସହ ନେଇ ପଚାରି ନ ଥିଲି। ଏଚ୍‌ଓଡିଙ୍କ ପକ୍ଷରୁ ନିର୍ଯାତନା ବଢିବା ପରେ ସେ ଅଫିସ୍‌କୁ ବହୁବାର ଆସିଥିଲେ। କିନ୍ତୁ କିଛି ନିଷ୍ପତ୍ତି ହୋଇ ନ ଥିଲା।

କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ଆମେ ସମସ୍ତେ ଏବିଭିପି ପିଲା ତାଙ୍କ ପାଇଁ ଫାଇଟ୍‌ କରିବାକୁ ଆସିଥିଲୁ। ଏହାପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅଧ୍ୟକ୍ଷ କିଛି ସମୟ ମାଗିଥିଲେ। ଆଜି ଆମର ପରୀକ୍ଷା ଥିଲା ସକାଳ ୮ଟା ୩୦ରୁ ୧୦ଟା ୩୦। ସେ ପ୍ରିନ୍ସପାଲଙ୍କ ଅଫିସ୍‌ ଆସିବେ ବୋଲି ଆମେମାନେ ପରୀକ୍ଷା ସରିବା ପରେ ୨ଘଣ୍ଟା ଅପେକ୍ଷା କରିଥିଲୁ। ମାତ୍ର ସେ ଚାହୁଁଥିଲେ ନିଜେ ପ୍ରିନି୍ସପାଲଙ୍କ ସହ ଏକା କଥା ହେବା ପାଇଁ। ସବୁ ନର୍ମାଲ ଥିବା ଦେଖି ଆମେ ଘରକୁ ପଳାଇ ଯାଇଥିଲୁ। ପରେ ଜାଣିଲୁ କି ଏହି ଘଟଣାରେ ଏଯାବତ୍‌ କୌଣସି ଆକ୍ସନ ନିଆଯାଇନାହଁି। ବାରମ୍ବାର ଅଫିସ୍‌କୁ ଆସି ଫେରିବା ପରେ ମାନସିକ ଭାରସାମ୍ୟ ହରାଇ ସେ ନିଜକୁ ଜାଳି ଦେଇଛନ୍ତି ବୋଲି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+