Get Updates
Get notified of breaking news, exclusive insights, and must-see stories!

FM କଲେଜ ଘଟଣା: ICCକୁ ପୀଡ଼ିତା ବାପାଙ୍କ ଗୁହାରି ସତର୍କ କରିବା ସହ ଝିଅ କିଛି ବି କରିପାରେ ବୋଲି ଲେଖିଥିଲେ

FM କଲେଜ ଘଟଣା: ସାମ୍ନାକୁ ଆସିଲା ICCକୁ ପୀଡ଼ିତା ବାପାଙ୍କ ଗୁହାରି ସତର୍କ କରିବା ସହ ଝିଅ କିଛି ବି କରିପାରେ ବୋଲି ଲେଖିଥିଲେ । କଲେଜରେ ଏତେ ଶିକ୍ଷକ ଥିଲା ବେଳେ ସମୀର ସାରଙ୍କ ନାଁରେ ଅଭିଯୋଗ କାହିଁକି । ଝିଅ ୨୦-୨୨ ଦିନ କଲେଜ ଯାଇ ନ ଥିବା କଥା ସମୀର ସାର୍‌ଙ୍କୁ ଜଣାଇଥିଲି । ଝିଅ ପାଠ ପଢ଼ୁନି କହିବାରୁ ପାଠ ମନସ୍କ କରାଇବାକୁ କହିଥିଲି ।

ଝିଅକୁ ପଚାରିବାରୁ ୪ ମିନିଟ୍‌ ବିଳମ୍ବ ହେବାରୁ ବାହାରେ ଛିଡ଼ା କଲେ କହିଲା । ସମୀର ସାର୍‌ ଅପମାନିତ କରି ବାହାର କରିଦେବା କଥା ଝିଅ କହିଥିଲା । ଝିଅର ସାଙ୍ଗମାନଙ୍କ ସହ କଥା ହୋଇ ମାନସିକ ଅବସାଦ କଥା ଜାଣିଲି ।

କ୍ଲାସ୍‌ରେ ୬ ବର୍ଷ ରଖିବେ କହି ଅପମାନିତ କରିଥିଲେ ସାର୍‌ । ଏଥିପାଇଁ କିଛି ପିଲା ଟାହି ଟାପରା କରୁଥବା ସାଙ୍ଗମାନେ କହିଥିଲେ । ସାର୍‌ଙ୍କ ଅଶାଳୀନ ମନ୍ତବ୍ୟ ଝିଅ ତା' ମାଆକୁ କହିଥିଲା: ପୀଡ଼ିତାଙ୍କ ବାପା ।

FM College incident

ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଶୁକ୍ରବାର ଏଫ୍‌ଏମ୍‌ ଛାତ୍ରୀ ମୃତ୍ୟୁର ତନାଘନା କରୁଥିବା କ୍ରାଇମବ୍ରାଞ୍ଚ ଟିମ୍‌କୁ ଏକ ବଡ଼ ସୁରାକ୍‌ ମିଳିଛି। ଘଟଣା ଦିନ ପେଟ୍ରୋଲ କେଉଁଠୁ ଆସିଲା ଏବଂ କିଏ ଆଣିଲା ସେନେଇ ସୁରାକ୍‌ ମିଳିଛି।

ପେଟ୍ରୋଲ ପମ୍ପରୁ ଜଣେ ଛାତ୍ରୀ ବୋତଲରେ ଗୋଟିଏ ଲିଟର ତେଲ ନେଇଥିଲେ। ସିସିଟିଭି ଫୁଟେଜକୁ ଆଧାର କରି କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ ଜାରି ରଖିଛି।

ଚତୁର୍ଥ ପର୍ଯ୍ୟାୟରେ ଶୁକ୍ରବାର ଦୁଇଜଣିଆ ଟିମ୍‌ ପହଞ୍ଚି କଲେଜରେ ଭାରପ୍ରାପ୍ତ ଅଧ୍ୟକ୍ଷ ଓ ଆଇସିସି କମିଟି ମେମ୍ବରଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚରାଉଚରା କରିଥିଲେ। ଏଥିସହ ସ୍ଥାନୀୟ ପେଟ୍ରୋଲ ପମ୍ପକୁ ଯାଇ ତଦନ୍ତ କରିଥିଲେ। ଘଟଣା ଦିନ ଜଣେ ଯୁବତୀ ବ୍ୟାଟେରୀଚାଳିତ ସ୍କୁଟି ଯୋଗେ ଯାଇ ଏକ ବୋତଲରେ ୧ଲିଟର ପେଟ୍ରୋଲ ଆଣିଥିବା ସମ୍ପର୍କରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପଚାରି ବୁଝିଥିଲେ। ଯିଏ ପେଟ୍ରୋଲ ଆଣିଥିଲେ, ତାଙ୍କର ଉକ୍ତ ଛାତ୍ରୀଙ୍କ ସହ ସମ୍ପର୍କ କଣ, ସେ ଏବିଭିପି ସଙ୍ଗଠନ ସହ ଜଡ଼ିତ କି ନାହିଁ, ଏହି ପେଟ୍ରୋଲ କଲେଜକୁ ଯାଇଥିଲା କି, ସେ ସମ୍ପର୍କରେ ଏହି ଟିମ୍‌ ଅନୁଧ୍ୟାନ କରିଛନ୍ତି। ପେଟ୍ରୋଲ ପମ୍ପ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ, ଛାତ୍ରୀ ଜଣକ ଗତ ୧୨ ତାରିଖରେ କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସୋମବାର ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଅଧ୍ୟକ୍ଷ ଦିଲୀପ ଘୋଷ ଓ ଏଚ୍‌ଓଡି ସମୀର ସାହୁଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିଲା। ଏହାପରେ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+