ଏକାମ୍ର କାନନ ପୁଷ୍ପ ପ୍ରଦର୍ଶନୀ ଜାନୁଆରି ୧୨ ପର୍ଯ୍ୟନ୍ତ ଜାରି ରହିବ: ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ
ଭୁବନେଶ୍ୱର : ଗୋଟିଏ ଦିନ ବଢିଲା ଏକାମ୍ର କାନନ ପୁଷ୍ପ ପ୍ରଦର୍ଶନୀ । ଏକାମ୍ର କାନନରେ ଆୟୋଜିତ ବାର୍ଷିକ ପୁଷ୍ପ ପଦର୍ଶନୀ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଲୋକଙ୍କ ଉତ୍ସାହ କୁ ଦୃଷ୍ଟିରେ ରଖି ଏକ ଦିନ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର। ଏ ନେଇ ଘୋଷଣା କଲେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ୧୧ତାରିଖରେ ସରିବାକୁ ଥିବା ଏହି ପଦର୍ଶନୀ ଏକ ଦିନ ବଢ଼ାଇ ୧୨ ତାରିଖରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି।
ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପୁଷ୍ପ ପ୍ରଦର୍ଶନୀ ଜାରି ରହିବ। ସେ କହିଛନ୍ତି ଯେ, ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏକ ଦିନ ଅବଧି ବଢ଼ାଇଛନ୍ତି। ଏହି ପ୍ରଦର୍ଶନୀ ଗତ ୭ ତାରିଖ ଦିନ ଆରମ୍ଭ ହୋଇଥିଲା। ଏହା ୧୧ ତାରିଖରେ ସାରିବାକୁ ଥିଲା। ମାତ୍ର ଏଠାରେ ପ୍ରବଳ ଲୋକଙ୍କର ଭିଡ଼ ରହୁଛି ଏବଂ ଲୋକଙ୍କର ରୁଚିକୁ ଦୃଷ୍ଟିରେ ରଖି ଏହି ପଦର୍ଶନୀ ଏକ ଦିନ ବଢ଼ାଇ ୧୨ ତାରିଖରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ମିଳିତ ସହଯୋଗରେ ଆୟୋଜିତ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ କେଉଁଠି ଗୋଲାପ ଶୋଭା ପାଉଛି, ତ ଆଉ କେଉଁଠି ଡାଲିଆ। ସେବତୀ, ଗେଣ୍ଡୁ, ଜିନିଆ, ଆଷ୍ଟର, କାଲେଣ୍ଡୁଲା, ଲିଲିୟମ୍, ଗ୍ଲାଡିଓଲି, ଆଷ୍ଟ୍ରରିୟମ, ସାଲଭିଆ, ଆଣ୍ଟିରିନିଅମ୍ ପରି ଅନେକ କିସମ ଫୁଲର ସମାହାର ହୋଇଛି। କେବଳ ଫୁଲ ନୁହେଁ, ବିଭିନ୍ନ କିସମର ପତ୍ର ଗଛ ଯଥା ଫଣି, ଆଗ୍ଲୋନିମା, ପାମ୍, ଡାଇଫେନ୍ବେକିଆ, ଫିଲୋଡେଣ୍ଡ୍ରନ୍ ଆଦି ଦେଖିବାକୁ ମିଳୁଛି। ବିଭିନ୍ନ ରଙ୍ଗ ଓ କିସମ ଫୁଲରେ ସଜେଇ ହୋଇଛି ଏକାମ୍ରକାନନ। ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦ୍ଘାଟନୀ ଦିନରୁ ହିଁ ଦେଖଣାହାରୀଙ୍କ ମନ ଜିଣିନେଇଛି ଏକାମ୍ରକାନନ।












Click it and Unblock the Notifications