ଓଡ଼ିଶାରୁ ୩ ଜଣ ଗ୍ରହଣକଲେ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର
: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନର୍ସ ମାନଙ୍କୁ ଫ୍ଲୋରେନ୍ସ ନାଇଟଏଙ୍ଗେଲ ସମ୍ମାନରେ ସମ୍ମାନୀତି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନଜନ ଉପାଧୀ ପ୍ରଦାନ କରାଯାଇଛି ।
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନର୍ସ ମାନଙ୍କୁ ଫ୍ଲୋରେନ୍ସ ନାଇଟଏଙ୍ଗେଲ ସମ୍ମାନରେ ସମ୍ମାନୀତି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନଜନ ଉପାଧୀ ପ୍ରଦାନ କରାଯାଇଛି । ପ୍ରତିବର୍ଷ ଭାରତୀୟ ନର୍ସିଂ ପରିଷଦ ଦ୍ୱାରା ବିଭିନ୍ନ ବର୍ଗର ନର୍ସ ମାନଙ୍କୁ ଚୟନ କରି ପୁରସ୍କୃତ କରାଯାଇଥାଏ । ବ୍ରିଟିଶ ନର୍ସ ଫ୍ଲୋରେନ୍ସ ନାଇଟଏଙ୍ଗେଲଙ୍କ ସମାନର୍ଥେ ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ ଯୋଗଦାନ କରିଥିବା ନର୍ସମାନଙ୍କୁ ଏହି ସମ୍ମାନଜନକ ଉପାଧି ପ୍ରଦାନ କରା ଯାଇଥାଏ ।

ଚଳିତ ଥର ଓଡ଼ିଶାରୁ ତିନି ଜଣ ନର୍ସିଂ ବୃତ୍ତିଧାରୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର-୨୦୨୧ରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତି ଭବନରେ ଅୟୋଜିତ ପୁରସ୍କାର ବିତରଣ ସମାରୋହରେ ନର୍ସ ବର୍ଗରେ ଓଡ଼ିଶାର ଖୁଲଣା ବାରିକ ଓ ଶିବାନୀ ଦାସ ଏବଂ ଏଏନ୍ଏମ୍ ଦମୟନ୍ତୀ ରାଉତ ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ପୁରସ୍କୃତ ୫୧ ନର୍ସ ବୃତ୍ତିଧାରୀଙ୍କ ମଧ୍ୟରୁ ୧୭ ଜଣ ଏଏନ୍ଏମ୍, ୪ ଜଣ ଏଲ୍ଏଚ୍ଭି ଓ ୩୦ ଜଣ ନର୍ସ ଅଛନ୍ତି। ସମାଜ ପ୍ରତି ନର୍ସିଂ ବୃତ୍ତିଧାରୀଙ୍କ ଅବଦାନକୁ ସ୍ବୀକୃତି ପ୍ରଦାନ ସ୍ବରୂପ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି।












Click it and Unblock the Notifications