ମହାନଦୀରେ ବନ୍ୟା ଆଶଙ୍କା , ବଢୁଛି ବିଭିନ୍ନ ନଦୀର ଜଳସ୍ତର
Floods in Mahanadi River:ମହାନଦୀରେ ବନ୍ୟା ଆଶଙ୍କା , ବଢୁଛି ବିଭିନ୍ନ ନଦୀର ଜଳସ୍ତର
ସାରା ରାଜ୍ୟରେ ବନ୍ୟା ଚିନ୍ତା । ଫୁଲୁଛି ମହାନଦୀ, ଋଷିକୁଲ୍ୟା, ବୁଢ଼ାବଳଙ୍ଗ ପରି ନଦୀ । ପୁଣି ଆଗକୁ ବର୍ଷା ଥିବାରୁ ବନ୍ୟା ଚିନ୍ତା ଘାରିଲାଣି । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଏବେ ହାରୀକୁଦ ଜଳସ୍ତର ବୃଦ୍ଧି ପାଇବାରୁ ୨୦ଟି ଗେଟ ଟେଇ ଜଳ ନିଷ୍କାସନ କରାଯାଉଛି । ନରାଜ ବ୍ୟାରେଜର ଉପରମୁଣ୍ଡରେ ୨୪.୯୦ ମିଟର ଓ ତଳମୁଣ୍ଡରେ ୨୧.୭୫ ମିଟର ରହିଛି । ଆଜି ରାତିସୁଦ୍ଧା ହୀରକୁଦ ପାଣି ପହଞ୍ଚିବା ପରେ ଏହା ଅଧିକ ଫୁଲିବାର ସମ୍ଭାବନା ରହିଛି । ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୪ ଲକ୍ଷ ୨୧ ହଜାର ୫୮୯ କ୍ୟୁସେକ ପାଣି ପଶୁଥିବା ବେଳେ ୨ ଲକ୍ଷ ୫୪ ହଜାର ୧୪୨ କ୍ୟୁସେକ ପାଣି ନିଷ୍କାସନ କରାଯାଉଛି ।

ଏପଟେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ମହାନଦୀରେ ବନ୍ୟା ଆଶଙ୍କା ରହିଛି ଯାହା ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ । ମୁଣ୍ଡଳିଠାରେ ମହାନଦୀର ଉପରମୁଣ୍ଡରେ ୮୫.୨୦ ମିଟର ଓ ତଳ ମୁଣ୍ଡରେ ୮୩.୦୦ ମିଟର ରହିଥିବା ବେଳେ ମୁଣ୍ଡଳି ବ୍ୟାରେଜ ଦେଇ ୩ ଲକ୍ଷ ୭୮ ହଜାର ୫୨୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦ ଜଳଭଣ୍ଡାର ଗେଟ୍ ଖୋଲିବା ପରେ ଏବେ ବନ୍ୟା ଆଶଙ୍କାରେ ବରଗଡ଼ ଅମ୍ବାଭନା ବ୍ଲକର ୬ ଗାଁରେ ରହିଛି । ଜଳସ୍ତର ବଢୁଥିବାରୁ ନଦୀ କୂଳିଆ ଗାଁରେ ବନ୍ୟା ଆଶଙ୍କା ଦେଖା ଦେଇଛି ।
ସେପଟେ ବାଲେଶ୍ବରରେ ବିପଦ ସଂକେତ ଟପିଛି ଜଳକା ନଦୀର ଜଳସ୍ତର । ବାଲେଶ୍ବର ବସ୍ତା ମଥାନୀ ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ । କେନ୍ଦୁଝର ଜିଲ୍ଲା ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ବୈତରଣୀରେ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ଭଦ୍ରକ ଭଣ୍ଡାରିପୋଖରୀ ଆଖୁଆପଦାଠା ଆନିକୋଟ ନିକଟରେ ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ଜଳ ପ୍ରବାହିତ ହେଉଛି । ପଶ୍ଚିମ ମିଆଁମାର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୁର୍ଣ୍ଣିବଳୟ ସକ୍ରିୟ ହେବା ଫଳରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ୧୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ୧୪ ତାରିଖରେ ୧୬ ଜିଲାକୁ ରହିଛି ରେଡ଼ ଆଲର୍ଟ। ଦୁଇ ଦିନ ସାରା ରାଜ୍ୟରେ ହେବ ବର୍ଷା । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ୪ ମିଟର ଉଚ୍ଚ ଜୁଆର ସୃଷ୍ଟି ହେବ । ଏଣୁ ମତ୍ସ୍ୟଜୀବୀ ମାନଙ୍କୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ନ ଯିବାକୁ ପାଣିପାଗ ବିଭାଗ ସତର୍କ କରିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications