ଆସୁଛି ବନ୍ୟା ଜଳ , ୯ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷ ପ୍ରଥମ ଥର ବନ୍ୟାଜଳ ନିଷ୍କାସନ କରୁଛି । ଏନେଇ ସତର୍କ ସୂଚନା ଜାରି ହେଲା । ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି । ହୀରାକୁଦ ଗେଟ୍ ଖୋଲିବା ଏବଂ ତତପରେ ନଦୀ ମାନଙ୍କରେ ନିଷ୍କାସିତ ବନ୍ୟାଜଳର ପରିମାଣ ବୃଦ୍ଧି ନେଇ ସତର୍କ ସୂଚନା ଜାରି କରାଯାଇଛି । ତେବେ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ, ଅନୁଗୁଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି ।

hirakud jalabhandar

ତେବେ ବନ୍ୟାଜଳ ପ୍ରବାହିତ ହେବା ସମୟରେ ନଦୀ ଭିତରକୁ ଲୋକଙ୍କୁ ନଯିବା ପାଇଁ ସତର୍କ କରାଇବା ସହ ନଦୀପଠାକୁ ଗୋରୁଙ୍କୁ ନଛାଡିବା ପାଇଁ ସତର୍କ କରାଇବେ । ଏଥିସହ ସ୍ଥିତି ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ଆଜି ହୀରାକୁଦ ଡ୍ୟାମରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ୍ ଖୋଲିଥିବା ବେଳେ ଆଜି ପର୍ଯ୍ୟାୟକ୍ରମେ ୨୦ଟି ଗେଟ୍ ଖୋଲିବାର ଅଛି । ତେଣୁ ଗେଟ୍ ଖୋଲିବା ସହ ଜଳର ପରିଣାମ ବଢିବାକୁ ଥିବା ବେଳେ ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+