Get Updates
Get notified of breaking news, exclusive insights, and must-see stories!

ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା: ସୁବର୍ଣ୍ଣରେଖାରେ ଆସିପାରେ ବଡ ବନ୍ୟା

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ସୁବର୍ଣ୍ଣରେଖା ନଦୀରେ ଆସିପାରେ ବଡ ବନ୍ୟା । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା ।

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ସୁବର୍ଣ୍ଣରେଖା ନଦୀରେ ଆସିପାରେ ବଡ ବନ୍ୟା । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା ।

src

ଝାଡଖଣ୍ଡ ସାଢେ ୩ ଲକ୍ଷ କ୍ୟୁସେକ ଜଳ ଛାଡିଛି । ଗାଲୁଡିହି ବ୍ୟାରେଜରେ ୧୪ଟି ଗେଟ ଖୋଲିଛି ଝାଡଖଣ୍ଡ । ପ୍ରତି ସେକେଣ୍ଡରେ ସାଢେ ୩ ଲକ୍ଷ ଘନ ଫୁଟ ଜଳ ନିଷ୍କାସିତ । ଫଳରେ ସୁବର୍ଣ୍ଣରେଖାରେ ବଡ ବନ୍ୟା ଆସିପାରେ ବୋଲି କହିଛନ୍ତି ଏସଆରସି । ଏନେଇ ସତର୍କ ରହିଛି ପ୍ରଶାସନ । ଅତିରିକ୍ତ ୨ ଏନଡିଆରଏଫ, ୨ ଓଡ୍ରାଫ ବାଲେଶ୍ୱରକୁ ପଠାଯାଇଛି ।

ସେପଟେ ବୈତରଣୀ, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ ଆଦି ନଦୀର ଜଳସ୍ତର କ୍ରମାଗତ ଭାବେ ଗତକାଲିଠୁ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପ୍ରଶାସନ ପକ୍ଷରୁ ସତର୍କ ପଦକ୍ଷେପ ନିଆଯାଇଛି । ଏସଆରସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ବ୍ରାହ୍ମଣୀ ନଦୀର ଜଳସ୍ତର ପାନପୋଷ, ଜେନାପୁରଠାରେ ଆଜି ସକାଳ ୬ଟା ପରଠୁ ବୃଦ୍ଧି ପାଇବାରେ ଲାଗିଥିବାବେଳେ ବୈତରଣୀ ନଦୀର ଜଳସ୍ତର ଆନନ୍ଦପୁର, ଆଖୁଆପଦାଠାରେ ମଧ୍ୟ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି ।

ସେହିପରି ବୁଢ଼ାବଳଙ୍ଗର ଜଳସ୍ତର ଜାତୀୟ ରାଜପଥ-୫ ନିକଟରେ ମଧ୍ୟ କ୍ରମାଗତ ବଢ଼ିବାରେ ଲାଗିଛି । ସେହିପରି ସୁବର୍ଣ୍ଣରେଖା ନଦୀର ଜଳସ୍ତର ଜାମଶୋଳାଘାଟ, ରାଜଘାଟଠାରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ବାଂଶଧାରା ନଦୀର ଜଳସ୍ତର ଗୁଣୁପୁର ଓ କାଶୀନଗରଠାରେ ବୃଦ୍ଧି ପାଉଥିବାବେଳେ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ଏହା ପ୍ରବାହିତ ହେଉଥିବା ଜଣାପଡ଼ିଛି । ଜଳକା ନଦୀର ଜଳସ୍ତର ମଧ୍ୟ ଗତକାଲିଠୁ ବୃଦ୍ଧି ପାଇବାରେ ଲାଗିଛି ।

ତେବେ ହୀରାକୁଦର ଏବେ ମାତ୍ର ୪ଟି ଗେଟ୍ ଖୋଲା ଥିବାବେଳେ ଜଳଭଣ୍ଡାରର ସ୍ତର ଏବେ ୬୨୦.୫୦ଫୁଟ୍ ଜଳ ରହିଛି । ଜଳଭଣ୍ଡାର ଭିତରକୁ ୧.୪୦ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୧.୦୧ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ ମୁଣ୍ଡଳୀଠାରେ ଏବେବି ୮.୩୫ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+