ଜଳ ପ୍ରବାହରେ ହ୍ରାସ ସତ୍ତ୍ୱେ ବନ୍ୟା ପରିସ୍ଥିତି ଜାରି ରହିବ: ବିଜୟ ମିଶ୍ର

ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ପ୍ରାୟ ୩ରୁ ୪ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଜଳ ସଂପଦ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

ଭୁବନେଶ୍ୱର: ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ପ୍ରାୟ ୩ରୁ ୪ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ଛତିଶଗଡ଼ରୁ ହୀରାକୁଦକୁ ପ୍ରବେଶ କରୁଥିବା ଜଳ ପ୍ରବାହ କମିଛି, ମାତ୍ର ନିଷ୍କାସନ ସମାନ ରହିଛି, ଡ୍ୟାମ୍‌ରେ ୬୨୮/ ୬୨୯ ଫୁଟ ଜଳ ରହିଲେ ଅସୁବିଧା ନାହିଁ । ମୁଣ୍ଡଳିରେ ଜଳ ପ୍ରବାହ ମାତ୍ରା କମିବା ଆରମ୍ଭ କରିଛି । ୪୦ଟି ଗେଟ୍‌ରୁ ନିଷ୍କାସିତ ଜଳ ପହଞ୍ଚିଲା ବେଳକୁ ଜଳସ୍ତର ଆହୁରି କମିଥିବ ବୋଲି କହିଛନ୍ତି ଶ୍ରୀ ମିଶ୍ର ।

Flood Situation In Odisha

ହୀରାକୁଦ ନଦୀବନ୍ଧକୁ ଜଳସ୍ତର କମିବାରେ ଲାଗିଛି। ଦିନ ୯ଟା ସୁଦ୍ଧା ମୁଣ୍ଡଳିରେ ୧୧.୭୭ ଲକ୍ଷ କ୍ୟୁସେକ୍‌ ପ୍ରବାହିତ ହେଉଥିବା ବେଳେ ଖଇରମାଳରେ ୯.୮୪ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। କାଲି ସକାଳ ସୁଦ୍ଧା ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ୍‌ ଅତିକ୍ରମ କରିବ।

ଅନେକ ସ୍ଥାନରେ ଆମେ ନଦୀ ବନ୍ଧ ଘଳିଆ ବନ୍ଦ କରିପାରିଛୁ। ପ୍ରାୟ ୫୦ଟି ନଦୀ ବନ୍ଧ ଘଳିଆ ବନ୍ଦ କରାଯାଇଛି। ଏପର୍ଯ୍ୟନ୍ତ ୫ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ବଡ଼ମ୍ବା-ନରସିଂହପୁର ନିକଟ ମହାନଦୀ, ଲୁଣା ଓ ମକରା ନଦୀ, କାଣୀ, ରାଜୁଆ ସହ ଆଜି କୁଶଭଦ୍ରାରେ ଘାଇ ହୋଇଥିବା ସୂଚନା ମିଳିଛି। ତେବେ ଜଳପ୍ରବାହ କମିବା ପରେ ଘାଇ ଗୁଡ଼ିକର ମରାମତି ଆରମ୍ଭ ହେବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚା ଦେଇଛନ୍ତି।

ସେପଟେ ଆଜି ଓଡ୍ରାଫ, NDRF, ଅଗ୍ନିଶମ ବିଭାଗର ଅତିରିକ୍ତ ଟିମ ପଠାଯାଇଛି । ବ୍ରାହ୍ମଣୀ ଓ ବୈତରଣୀ ବେଲ୍ଟରେ ବର୍ଷା ଆକଳନ କରାଯାଉଥିବାରୁ କେନ୍ଦୁଝର, ଭଦ୍ରକ ଓ ଯାଜପୁରକୁ ସତର୍କ ରହିବା ପାଇଁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସହିତ ଲଗାତର ସମନ୍ବୟ ରଖାଯାଉଛି । ପର୍ଯ୍ୟାପ୍ତ କିଟ୍ ପାଇଁ କୁହାଯାଇଛି । ସବୁ ସିଏଚସିରେ ଆଣ୍ଟି ଭେନମ କିଟ୍ ଅଧିକ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରେସକ୍ୟୁ ଅପରେସନ ଚାଲିଛି । ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଛି । ଘାଇ ଓ ଘଳିଆ ମରାମତି କରାଯାଉଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+