ଏହି ଜିଲାରେ ବନ୍ୟା ସ୍ଥିତି: ୨ ଦିନ ପାଇଁ ସ୍କୁଲ, ଅଙ୍ଗନବାଡ଼ି ବନ୍ଦ
ଲଗାଣ ବର୍ଷା ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଭଦ୍ରକ ଜିଲାର ଧାମନଗର ବ୍ଲକରେ ସୃଷ୍ଟି ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଧାମନଗରର ୪ଟି ପଞ୍ଚାୟତ-ସୋହଡ଼ା, ପଧାନୀ, ଅର୍ଜୁନପୁର ଓ ହସନାବାଦରେ ୨୫ଟି ସ୍କୁଲ ଏବଂ ୨ଟି ପଞ୍ଚାୟତର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ୨ ଦିନ ପାଇଁ ବନ୍ଦ ରହିବ।
ବନ୍ୟା ଯୋଗୁଁ ବିଭିନ୍ନ ବିଦ୍ୟାଳୟ ପାଣି ଘେରରେ ରହିଥିବା ରିପୋର୍ଟ ମିଳିଛି। ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିରାପତ୍ତାକୁ ପ୍ରାଥମିକତା ଦେଇ ଜିଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଥିବା ବେଳେ, ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଅଧିକ ଗମ୍ଭୀର ହେବାରେ ଲାଗିଛି। ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ରିଲିଫ ଓ ସହାୟତା ପ୍ରଦାନ ପାଇଁ ଉଦ୍ୟମ ଜାରି ରହିଛି।













Click it and Unblock the Notifications