ଫୁଲୁଛି ରଣନଈ : ବାଙ୍କୀର ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟାଜଳ ପ୍ରବାହିତ

ଫୁଲୁଛି ରଣନଈ । ଫଳରେ ବାଙ୍କୀର ତଳିଆ ଅଞ୍ଚଳରେ ବନ୍ୟାଜଳ ପଶିଛି । ଫଳରେ ଶିମିଳିପୁର ପଞ୍ଚାୟତର ଶୁଖୁଆଖଳା ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି ।

ହୁଳୁହୁଳା ଓ କଇଁଆ ନାଳ ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଯଦ୍ୱାରା ବିଲିପଡ଼ାରୁ ତାଳବସ୍ତ ରାସ୍ତାକୁ ଯୋଗାଯୋଗ ବିଛିନ୍ନ ହୋଇଛି । ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟାଜଳ ପ୍ରବାହିତ ହୋଇଛି ।

flood

ମହାନଦୀର ଜଳସ୍ତର ସାମାନ୍ୟ ହ୍ରାସ ହୋଇଥିବା ବେଳେ ବାଙ୍କୀର ତଳିଆ ଅଞ୍ଚଳରେ ଏବେ ଜଳସ୍ତର ବଢିବାକୁ ଲାଗିଛି । ମହାନଦୀର ବନ୍ୟାଜଳ ରଣନଇ ଦେଈ ଆସିବା ଫଳରେ ଏବେ ବିଲିପଡ଼ା -ଶିମିଳିପୁର କଇଁଆ ନାଳ ଓ ବିଲିପଡ଼ା-ତାଳବସ୍ତ ରାସ୍ତା ଉପରେ ଦୁଇଫୁଟର ବନ୍ୟାଜଳ ପ୍ରବାହିତ ହେଇଛି ।

ଯାତାୟତ ବାଧାପ୍ରାପ୍ତ ହୋଇଛି । ଲୋକେ ବାଙ୍କୀ ବଜାରରୁ ଅତ୍ୟାବଶକ ସାମଗ୍ରୀ କିଣିବାକୁ ବିପଦ ସଂକୁଳ ଅବସ୍ଥାରେ ବନ୍ୟାଜଳର ସ୍ରୋତ ପାଣିରେ ପଶି ଯାଉଛନ୍ତି । ବାରମ୍ବାର ଏହି ମୁଖ୍ୟ ରାସ୍ତାକୁ ଉଚ୍ଚା କରିବାକୁ ଦାବି ହେଉଥିଲେ ମଧ୍ୟ ସରକାର ଶୁଣୁ ନଥିବା ଅଭିଯୋଗ ହୋଇଛି । ସେପଟେ ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯିବ ଫଳରେ ଚାଷୀର ଫସଲ ଏବେ ସମ୍ପୂର୍ଣ ନଷ୍ଟ ହୋଇଯାଇଛି ।

ସେହିପରି ଆଜି ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା ହେବ । ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କଟକ, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ଢେଙ୍କାନାଳକୁ ସତର୍କ ସୂଚନା ଜାରି କରାଯାଇଛି । ଅଧିକାଂଶ ଜିଲ୍ଲାରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିଭଳି ୨୦ ତାରିଖରେ ୨୨ଟି ଏବଂ ୨୧ ତାରିଖରେ ୧୨ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+