ଝାଡ଼ଖଣ୍ଡରୁ ବର୍ଷା ଜଳ ହେଲା ନିଷ୍କସନ, ବାଲେଶ୍ୱରରେ ବନ୍ୟା ପରିସ୍ଥିତି
ପ୍ରବଳ ବର୍ଷା ଏବଂ ପଡ଼ୋଶୀ ଝାଡ଼ଖଣ୍ଡରୁ ଉଦ୍ଦୂର ବର୍ଷା ଜଳ ନିଷ୍କାସନ ଦ୍ବାରା ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ଉତ୍ତର ଭାଗର ପ୍ରାୟ ୧୦୦ଟି ଗାଁର ଲୋକ ଜଳବନ୍ଦୀ ମଧ୍ୟରେ ଥିବା ଜଣାପଡ଼ିଛି । ଆମ ଭୂବନେଶ୍ୱର ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ ଆସିବାରୁ ଭୋଗରାଇ, ବାଲିଆପାଳ, ଜଳେଶ୍ବର ଏବଂ ବସ୍ତା ବ୍ଲକ୍ର ଅନେକ ଗ୍ରାମ ପ୍ରଭାବିତ ହୋଇଛି ।

ଜଳକା ନଦୀରେ ବନ୍ୟା ଆସିବା ଫଳରେ ବସ୍ତା ଅନ୍ତର୍ଗତ କେତେକ ଗାଁ ଏବଂ ବାଲେଶ୍ବର ସଦର ବ୍ଲକ୍ର କିଛି ଅଂଶ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ସୁବର୍ଶରେଖା ଏବଂ ଜଳକା ନଦୀରେ ଜଳସ୍ତର କ୍ରମଶଃ ହ୍ରାସ ପାଉଲ ମଧ୍ୟ କେତେକ ସ୍ଥାନରେ ଏହା ବିପଦ ସଂକେତ ପାଖାପାଖ ରହିଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗି ରହିଛି । ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।












Click it and Unblock the Notifications