ରାଜ୍ୟରେ ବନ୍ୟା ସ୍ଥିତି, ହୀରାକୁଦରେ ଖୋଲିଲା 40ଟି ଗେଟ୍
ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ହୀରାକୁଦକୁ ଅଧିକ ଜଳ ପ୍ରବାହିତ ହେବା ଫଳରେ ଆଜି ପର୍ଯ୍ୟାୟ କ୍ରମେ 14ଟି ଗେଟ ଖୋଲିଛି । ଫଳରେ ବର୍ତ୍ତମାନ 40 ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।
ସମ୍ବଲପୁର: ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ହୀରାକୁଦକୁ ଅଧିକ ଜଳ ପ୍ରବାହିତ ହେବା ଫଳରେ ଆଜି ପର୍ଯ୍ୟାୟ କ୍ରମେ 14ଟି ଗେଟ ଖୋଲିଛି । ଫଳରେ ବର୍ତ୍ତମାନ 40 ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । 12 ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି । ତେବେ 9ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ନେଇ ବର୍ତ୍ତମାନ ଚେଷ୍ଟା ଚାଲିଛି । ହୀରାକୁଦ ଡ୍ୟାମରୁ ଛଡ଼ା ଯାଇଥିବା ପାଣି ଶୁକ୍ରବାର ସନ୍ଧ୍ୟାରେ ମୁଣ୍ଡଳୀରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ହୀରାକୁଦରେ ପୂର୍ବରୁ 26ଟି ଗେଟ୍ରେ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଆଜି 14ଟି ଗେଟ୍ ଖୋଲିଛି । ବର୍ତ୍ତମାନ ମୋଟ 40ଟି ଗେଟ୍ ଖୋଲିବା ନେଇ ଜଳଭଣ୍ଡାରର ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
ଏପଟେ ବନ୍ୟାକୁ ଆଖିରେ ରଖି ଜିରୋ କାଜୁଆଲିଟି ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । କିପଭି ଏହି ବନ୍ୟାରେ କାହାରି ପ୍ରାଣହାନୀ ଘଟିବ ନାହିଁ ସେ ନେଇ ଦୃଷ୍ଟି ଦିଆଯାଇଛି । ଏଥିସହ ଆଗାମୀ 19 ତାରିଖରେ ଆସୁଛି ଆଉ ଏକ ଲଘୁଚାପ । ଏଥିପାଇଁ 18 ତାରିଖରୁ ଏନେଇ ଆରମ୍ଭ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷ । ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ବର୍ଷା ଲାଗି ରହିବ ।












Click it and Unblock the Notifications