ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି, ବିପଦ ସଙ୍କେତ ଡେଇଁଲା ସୁବର୍ଣ୍ଣରେଖା ନଦୀ
ବିପଦ ସଙ୍କେତ ଡେଇଁଲା ସୁବର୍ଣ୍ଣରେଖା ନଦୀ । ରାଜଘାଟରେ ବିପଦ ସଙ୍କେତ ଡେଇଁଲା ନଦୀର ଜଳସ୍ତର । ସକାଳ ୬ଟା ସୁଦ୍ଧା ସୁବର୍ଣ୍ଣରେଖା ୧୧.୩୨ ମିଟର୍ ପ୍ରବାହିତ । ୩ଟି ବ୍ଲକର ୧୯ଟି ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା ।
ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ବଡ଼ ବନ୍ୟା ଆଶଙ୍କା । ଫୁଲୁଛି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଡ଼ ବନ୍ୟା ଆଶଙ୍କା। ସତର୍କ ରହିବାକୁ ୨ ଜିଲ୍ଲାପାଳଙ୍କୁ କରାଗଲା ଆଲର୍ଟ ।
ଉପରମୁଣ୍ଡରେ ପ୍ରବଳ ବର୍ଷା । ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି । ବାଲେଶ୍ବର ଜିଲ୍ଲାରେ ବନ୍ୟା ଚେତାବାନୀ ଜାରି। ସୁବଣ୍ଣରେଖାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଜଳକା ନଦୀ । ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର ।

ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୯୦ ମିଟରରେ ପ୍ରବାହିତ ହେଉଛି । ଗତକାଲି ରାତିରେ ୫ଟି ସ୍ଥାନରେ ଫାଟ ସୃଷ୍ଟି ହୋଇ ଗେଟ ଦେଇ ବନ୍ଯା ପାଣି ନିଷ୍କାସିତ ହେଉଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ଭୟଭୀତ ନଦୀ କୂଳିଆ ଅଞ୍ଚଳର ଲୋକେ।
ବାଲେଶ୍ବର ଜିଲ୍ଲା ସମେତ ନଦୀର ଉପର ମୁଣ୍ଡରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର,ମୋରଡ଼ା, ଶୁଳିଆପଦା,ଚିତ୍ରଡ଼ା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି । ବସ୍ତା ବ୍ଲକର ଶହ ଶହ ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିଛି । ଫଳରେ ଧାନ ତଳି ସବୁ ପଚିଯିବା ଆଶଙ୍କା ରହିଛି । ଏହାସହ ମଥାନୀ ଚଟାଣ ଉପରେ ୪ ଫୁଟ ଉଚ୍ଚର ବନ୍ଯା ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ ହୋଇପଡ଼ିଛି ।
ବସ୍ତା ଥାନା ଓ ଏସଡିପିଓ ଅଫିସରେ ଲହଡି ମାରୁଛି ୩ ଫୁଟର ବନ୍ଯା ପାଣି । ଅନେକ ଗାଁରେ ମଧ୍ଯ ବନ୍ଯା ପାଣି ପ୍ରବେଶ କରିବା ସହ ରାସ୍ତା ଉପରେ ବନ୍ଯା ପାଣି ପ୍ରବାହିତ ହେଉଥିବାରୁ ଲୋକେ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ଯା ଆଶ୍ରୟସ୍ଥଳୀରେ ରଖାଯିବା ପାଇଁ ବ୍ଯବସ୍ଥା କରାଯାଇଛି ।












Click it and Unblock the Notifications