'ଦାନା' ଯୋଗୁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି
Cyclone Dana: ଦୁର୍ବଳ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ବାତ୍ୟା । ଗତ ୬ ଘଣ୍ଟାରେ ପଶ୍ଚିମ ଦିଗରେ ଗତିକରି ଦୁର୍ବଳ ହୋଇଛି । ଦୁର୍ବଳ ହୋଇ ସମାନ ଅଞ୍ଚଳରେ ସୁଦୃଶ ଲଘୁଚାପରେ ପରିଣତ । ବାତ୍ୟା 'ଦାନା' ପ୍ରଭାବରେ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଦେଖା ଦେଇଛି । ଲଗାଣ ବର୍ଷା ଯୋଗୁଁ ଧିରେ ଧିରେ ଜଶ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ବାଲେଶ୍ୱର ଜିଲ୍ଲାର ପ୍ରାୟ ୧୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି ।
ବାତ୍ୟା 'ଦାନା' ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ପ୍ରବଳ ବର୍ଷା ହୋଇଥିଲା । ଯେଉଁଥି ପାଇଁ ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ଲଗାଣ ବର୍ଷା ଯୋଗୁ ବୁଢାବଳଙ୍ଗ ଓ ସୋନ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ବାଲେଶ୍ୱର ଜିଲ୍ଲାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । ନୀଳିଗିରି ଓ ରେମୁଣାର ବେଗୁନିଆ, କାଂଶ, କାଠପୋଲ, କଲ୍ୟାଣପୁର ଆଦି ଗାଁ ବନ୍ୟା ଘେରରେ ରହିଛି । ସେହିପରି ରାସ୍ତା ଧୋଇଯିବାରୁ ୧୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ବାତ୍ୟା ଯୋଗୁ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ରାଜ୍ୟର ମୋଟ ୮ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ନିଜ ଘରକୁ ଯିବାକୁ ଅନୁମତି ଦିଆଯାଇଛି । ଆଉ କିଛି ସ୍ଥାନରେ ଲୋକଙ୍କ ଘର ନଷ୍ଟ ହୋଇଥିବାରୁ ସେମାନେ ଆଶ୍ରୟସ୍ଥଳୀରେ ରହିଛନ୍ତି । ଏହି ସବୁ ଆଶ୍ରୟସ୍ଥଳୀରେ ଆଜିଠୁ ଆଉ ୭ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସ୍ଥିତି ସ୍ୱାଭାବିକ ହେବାପରେ ପ୍ରଭାବିତ ଲୋକମାନେ ନିଜ ଘରକୁ ଯାଇପାରିବେ ବୋଲି କହିଛନ୍ତି । ପ୍ରଭାବିତ ଲୋକମାନଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏବେବି ବାତ୍ୟା ପ୍ରଭାବିତ ଅଂଚଳରେ ୧୫୮ପ୍ଲାଟୁନ ପୁଲିସ ଫୋର୍ସ ସୁରକ୍ଷା ଓ ସହାୟତା ପାଇଁ ମୁତୟନ ଅଛନ୍ତି । ସବୁ ବିଭାଗର ସମନ୍ୱୟ, ରାଜ୍ୟ ଓ ଜିଲ୍ଲାସ୍ତରର ଅଫିସ ମଧ୍ୟରେ ଉତ୍ତମ ତାଳମେଳ ଓ ଟିମ୍ ୱାର୍କ ଯୋଗୁ ବାତ୍ୟାର ସଫଳ ମୁକାବିଲା କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।












Click it and Unblock the Notifications