ବିପଦ ସଂକେତ ଉପରେ ବୈତରଣୀ
Flood Situation In Baitarani River :ବିପଦ ସଂକେତ ଉପରେ ବୈତରଣୀ
ଭୁବନେଶ୍ୱର: ବିପଦ ସଂକେତ ଉପରେ ବୈତରଣୀ । ଉପରମୁଣ୍ତାରେ ପ୍ରବଳ ବର୍ଷା ଯୋଗୁଁ ବିପଦ ସଂକେଚ ଟପିଲା । ଭଦ୍ରକ ଆଖୁଆପଦାରେ ବିପଜ ସଂକେତ ଟପିଲା ବୈତରଣୀ ନଦୀ ଆଜି ଦିନ ୧୨ଟା ସୁଦ୍ଧା ୧୭.୮୩ ମିଟର ଜଳସ୍ତର ରହିଥିଲା ।

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ରାଜ୍ୟର ଉପରମୁଣ୍ଡରେ ପ୍ରବଳରୁ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ସ୍ଥିତି ନିୟନ୍ତ୍ରଣ ପାଇଁ ଆଉ ୪ଟି ଗେଟ୍ ଖୋଲିଛି । ମୋଟ ୨୮ଟି ଗେଟରେ ବନ୍ୟାଜଳ ନିଷ୍କାସିତ ହେଉଛି ଯେଉଁଥି ପାଇଁ ଏବେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୈତରଣୀ ଓ ଜଳକା ଦୁଇଟି ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଭଦ୍ରକର ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ବର୍ତ୍ତମାନ ଏହା ୧୭.୮୮ ମିଟରରେ ପ୍ରବାହିତ ହେଉଥିବା ବେଳେ ମଥାନୀ ଠାରେ ଜଳକାର ବିପଦ ସଙ୍କେତ ୫.୫ ମିଟର ରହିଛି । ଅନ୍ୟପଟେ ମହାନଦୀର ୧୦୪.୮୬ ମିଟରେ ପ୍ରବାହିତ ହେଉଛି । ସେହିପରି ଓ ଆଳିପିଙ୍ଗଳରେ ମହାନଦୀର ବିପଦ ସଙ୍କେତ ୧୧.୭୬ ଥିବା ବେଳେ ବର୍ତ୍ତମାନ ଏହା ୬.୧୮ ମିଟରରେ ପ୍ରବାହିତ ହେଉଛି। ତେବେ ଦୁର୍ବଳ ନଦୀ ବନ୍ଧ ଉପରେ କଡ଼ାକଡ଼ି ଭାବେ ନଜର ରଖାଯାଇଛି ।












Click it and Unblock the Notifications