Get Updates
Get notified of breaking news, exclusive insights, and must-see stories!

Flood News Odisha: ଉତ୍ତର ଓଡ଼ିଶାରେ ବଡ ବନ୍ୟାର ଆଶଙ୍କା

ଉତ୍ତର ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି । ଆସନ୍ତା ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତା ପରେ ବର୍ଷା ଉପରେ ନିର୍ଭର କରିବ ବନ୍ୟାର ସ୍ଥିତି କିଛି ଏଭଳି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡରେ ବିଗତ ଦିନରେ ପ୍ରବଳ ବର୍ଷା ହୋଇଛି । ଯାହା ଫଳରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକାରେ ଜଳସ୍ତର ବଢିଛି, ଏହି ତିନି ନଦୀରେ ବନ୍ୟା ସ୍ଥିତି ଅଛି |

ବାକି କୌଣସି ନଦୀରେ ବିପଦ ନାହିଁ, ବୈତରଣୀ ପାଇଁ ସମ୍ପୂର୍ଣ୍ଣ ସଜାଗ ଅଛି ଜଳ ସମ୍ପଦ ବିଭାଗ | ସୁବର୍ଣ୍ଣରେଖାରେ ବିପଦ ସଂକେତ ଠାରୁ ୧.୧୬ ମିଟର ଅଧିକ ଜଳ ପ୍ରବାହିତ ହେଉଛି, ଏହା କ୍ରମାଗତ ଭାବେ ବଢ଼ୁଛି | ଆଜି ଦିନ ୧୨ ସୁଦ୍ଧା ୧୧.୭ ମିଟର ହେବା ନେଇ ଆଶଙ୍କା ରହିଛି |

ଧୀରେ ଧୀରେ ଏହା କମି ପାରେ | ପାଣିପାଗ ବିଭାଗର ଆକଳନ ଅନୁସାରେ ମୟୁରଭଞ୍ଜ ଓ ଝାଡ଼ଖଣ୍ଡରେ ଦୁଇ ଦିନ ପାଇଁ ରେଡ ୱାର୍ଣ୍ଣି ଦିଆଯାଇଛି | ସେଠି ବର୍ଷା ହେଲେ ଉତ୍ତର ଓଡ଼ିଶାର ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବ | ଝାଡ଼ଖଣ୍ଡ କେତେ ଜଳ ଛାଡିବ, ତା ଉପରେ ସୁବର୍ଣ୍ଣରେଖାର ଜଳସ୍ତର ନିର୍ଭର କରିବ | ବୁଢ଼ାବଳଙ୍ଗରେ ବିପଦ ସଂକେତ ୮.୧୩ ମିଟର | ସକାଳ ୯ ସୁଦ୍ଧା ଏହା ୭.୨୦ ମିଟର ରହିଛି | କ୍ରମାଗତ ଭାବେ ଜଳସ୍ତର କମିବାରେ ଲାଗିଛି |

Severe flood threat in North Odisha

ସେଠି ବର୍ଷା ନ ହେଲେ ସେଭଳି ବଡ଼ ବନ୍ୟାର ଆଶଙ୍କା ନାହିଁ | ଜଳକାରେ ୬.୫ ମିଟର ବିପଦ ସଂକେତ | ବର୍ତମାନ ୬.୮୪ ମିଟର ଜଳ ପ୍ରବାହିତ ହେଉଛି, ଧୀରେ ଧୀରେ ଜଳସ୍ତର କମୁଛି | ବାଲେଶ୍ୱରର ବନ୍ୟା ପରିସ୍ଥିତି ସମୀକ୍ଷା ପାଇଁ ଜଣେ ସର୍ବୋଚ୍ଚ ଯନ୍ତ୍ରୀ, ଜଣେ ମୁଖ୍ୟଯନ୍ତ୍ରୀ ସେଠାକୁ ଯାଇଛନ୍ତି | ବାଲେଶ୍ୱରର ସମସ୍ତ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି | ଜିଲ୍ଲା ପ୍ରଶାସନକୁ ସଜାଗ କରି ତୁହାକୁ ତୁହା ସମୀକ୍ଷା କରାଯାଉଛି | କ୍ଷେତ୍ର ଅଧିକାରୀମାନେ କ୍ଷେତ୍ରରେ ଅଛନ୍ତି | ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି | ବନ୍ଧ ଭାଙ୍ଗିବା କି ଘଳିଆ ହେବାର ଖବର ନାହିଁ ବୋଲି ସେ କହିଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+