Flood News Odisha: ସତର୍କ ସଙ୍କେତ ଉପରେ ବୈତରଣୀ
ଭଦ୍ରକ ଜିଲା ଆଖୁଆପଦାରେ ସତର୍କ ସଙ୍କେତ ଉପରେ ବୈତରଣୀ ନଦୀର ଜଳ ପ୍ରବାହିତ ହେଉଛି । ତେବେ ଏହି ନଦୀର ସତର୍କ ସଙ୍କେତ ୧୭.୮୩ ମି. ହୋଇଥିବାବେଳେ ସୋମବାର ୧୮.୦୩ ମିଟର ଜଳ ପ୍ରବାହିତ ହେଉଛି ।
ସୂଚନା ଥାଉକି, ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ରହିଛି । ଅନ୍ୟପକ୍ଷରେ ହୀରାକୁଦ ଡ୍ୟାମ୍ର ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।
ଏବେ ହୀରାକୁଦ ଡ୍ୟାମ୍ର ଜଳସ୍ତର ୬୦୯.୭୯ ଫୁଟ ରହିଥିବାବେଳେ ହୀରାକୁଦକୁ ପ୍ରବେଶ କରୁଛି ୩ ଲକ୍ଷ ୪୨ ହଜାର ୪୫୩ କ୍ୟୁସେକ ଜଳ। ୩ ଲକ୍ଷ ୩୫ ହଜାର ୬୪୯ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।

ହୀରାକୁଦ ଡ୍ୟାମ୍ର ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି । ଏବେ ହୀରାକୁଦ ଡ୍ୟାମ୍ର ଜଳସ୍ତର ୬୦୯.୭୯ ଫୁଟ୍ । ହୀରାକୁଦକୁ ପ୍ରବେଶ କରୁଛି ୩ ଲକ୍ଷ ୪୨ ହଜାର ୪୫୩ କ୍ୟୁସେକ ଜଳ । ନିଷ୍କାସନ ହେଉଛି ୩ ଲକ୍ଷ ୩୫ ହଜାର ୬୪୯ କ୍ୟୁସେକ ଜଳ ।












Click it and Unblock the Notifications