ଓଡ଼ିଶାରେ ବନ୍ୟାଜନିତ ସ୍ଥିତି ସୃଷ୍ଟି ହୋଇପାରେ! ଅବପାତ ପ୍ରଭାବରେ ପ୍ରବଳ ବର୍ଷା ନେଇ IMDର ଆକଳନ
ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ IMD ଆକଳନ କରିଛି। IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ସୋମବାର ଆକଳନ କରିଛନ୍ତି। ଅବପାତ ଜନିତ ବର୍ଷା ବନ୍ୟା ସ୍ଥିତି ଆଣିପାରେ ବୋଲି IMD ଡିଜି ଗଣମାଧ୍ୟମକୁ କହିଛନ୍ତି।

ଅବପାତଜନିତ ବର୍ଷା ବନ୍ୟାଭଳି ସ୍ଥିତି ଆଣିପାରେ ବୋଲି ବିଭାଗ ପକ୍ଷରୁ ସତର୍କ କରିଛନ୍ତି । ଆଜି ଉତ୍ତର ଓଡ଼ିଶା, କାଲିଠୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ । କେତୋଟି ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ଅତିପ୍ରବଳ ବର୍ଷା ହୋଇପାରେ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଅବବାହିକାରେ ପୁଣି ବର୍ଷା ହେବା ନେଇ ସତର୍କ କରାଇଲା ଆଇଏମଡି । ଉପକୂଳରେ ପାରାଦ୍ୱୀପଠୁ ଆରମ୍ଭ କରି ପଶ୍ଚିମରେ ସମ୍ବଲପୁର ପର୍ଯ୍ୟନ୍ତ ବର୍ଷିବ । ସମୁଦ୍ର ଅଶାନ୍ତ ରହିଛି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସ୍ଥଳଭାଗରେ ମଧ୍ୟ ଘଣ୍ଟାକୁ ୩୦ କି.ମି. ବେଗରେ ପବନ ସମ୍ଭାବନା ରହିଛି ।












Click it and Unblock the Notifications