କଟକ ମୁଣ୍ଡଳିରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ; ୭ ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
କଟକ ମୁଣ୍ଡଳି ବ୍ୟାରେଜରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ । ଫଳରେ ଫୁଲୁଛି ମହାନଦୀ ଓ ଅନ୍ୟ ଶାଖା ନଦୀର ଜଳସ୍ତର । ଜଳ ସମ୍ପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ବାଲେଶ୍ୱର ମାଥାନୀଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ବରମୂଳଠାରେ ଏହା ସ୍ଥିର ରହିଛି । ତେବେ ଅନ୍ୟ ସ୍ଥାନ ମାନଙ୍କରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ସେଭଳି କୌଣସି ସୂଚନା ନାହିଁ ।
ତେବେ ଆଜି ମୁଣ୍ଡଳିରେ ହୀରାକୁଦ ପାଣି ପହଞ୍ଚିଥିବାରୁ ମହାନଦୀରେ ଜଳସ୍ତର ବଢୁଛି । ଏହା ବଢିବ ମଧ୍ୟ । ତେବେ ଏଠାରେ ଜଳ ପ୍ରବାହ ୫.୧୦ ଲକ୍ଷ କ୍ୟୁସେକ୍ସ ମଧ୍ୟରେ ରହିବ । ତେଣୁ ବନ୍ୟା ନେଇ କୌଣସି ଭୟ ନାହିଁ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟଯନ୍ତ୍ରୀ ।
ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ୧ ଲକ୍ଷ ୭୦ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଦିନ ୧୧ଟା ସୁଦ୍ଧା ମୁଣ୍ଡୁଳୀରେ ହୀରାକୁଦ ପାଣି ପହଞ୍ଚିବ । ରବିବାର ୩ଟି ପର୍ୟ୍ୟାୟରେ ହୀରାକୁଦ ଡ୍ୟାମର ୨୦ଟି ଗେଟ ଖୋଲା ହୋଇଥିଲା ।

ମହାନଦୀ ଅବବାହିକାରେ ସମ୍ବଲପୁର, ସୋନପୁର, ନୟାଗଡ, ପୁରୀ, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଆସୁଥିବାରୁ ଏସବୁ ଜିଲାର ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ଜିଲାର ଜିଲାପାଳଙ୍କ ଏସଆରସି ଆଲର୍ଟ କରିଛନ୍ତି। ମହାନଦୀକୁ ନ ଯିବାକୁ ଲୋକଙ୍କୁ ସତର୍କ କରାଯାଇଛି । ଗୃହପାଳିତ ପଶୁଙ୍କୁ ନଦୀ ପାଖକୁ ନ ଛାଡିବାକୁ କୁହାଯାଇଛି ।
୩୧ ତାରିଖ ବେଳକୁ ଘୁର୍ଣ୍ଣିବଳୟ ପ୍ରଭାବରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । କଟକ, ନୟାଗଡ଼, ଢେଙ୍କାନାଳ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଅତି ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ବୌଦ୍ଧ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, କୋରାପୁଟ, ମାଲକାନଗିରି, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଚଳିତ ମୌସୁମୀରେ ରାଜ୍ୟରେ ଜୁନ ୧ରୁ ବର୍ତ୍ତମାନ ସୁଦ୍ଧା ୪୭୮.୮ ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ୫୨୬.୪ ମିମି ସ୍ୱାଭାବିକ ଵର୍ଷା ହେବାକଥା। ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି












Click it and Unblock the Notifications