ରାଜ୍ୟରେ ବନ୍ୟା ସ୍ଥିତି : ମାଆ ଭଟ୍ଟାରିକାଙ୍କ ଗର୍ଭଗୃହରେ ପଶିଲା ପାଣି, ପାଣି ଘେରରେ ବୌଦ୍ଧର ୧୦ ପଞ୍ଚାୟତ

ମାଆ ଭଟ୍ଟାରିକାଙ୍କ ଗର୍ଭଗୃହରେ ପଶିଲା ପାଣି । ଆଜି ଭୋରରୁ ମାଆଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ହୀରାକୁଦର ୨୨ ଗେଟ୍ ଦେଇ ଜଳ ନିଷ୍କାସନ ପରେ ମହାନଦୀ ଜଳସ୍ତର ବୃଦ୍ଧି ପାଇଛି । ଭଟ୍ଟାରିକା ମନ୍ଦିର ଗର୍ଭଗୃହରେ ପଶିଲା ବନ୍ୟା ଜଳ ।

ମହାନଦୀ ଫୁଲିବା ପରେ ମା' ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ବନ୍ୟା ଜଳ । ତେବେ ବର୍ତ୍ତମାନ ମନ୍ଦିର ବନ୍ଦ ରହିଛି । ତେବେ ବନ୍ୟା ଆଶ୍ରୟସ୍ଥଳୀରେ ମାଆଙ୍କ ପୂଜାର୍ଚ୍ଚନା ହେବ ।

ଆମେ ଯଦି ଦେଖିବା ହୁଳୁହୁଳା ନଦୀ ପୋଲ ଉପରେ ୨ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି । ଶିମିଳିପୁର-ବିଲିପଡ଼ା ରାସ୍ତା କଇଁଆନାଳରେ ବନ୍ୟା ପାଣି ପ୍ରବାହିତ ହେଉଛି ।

ସେହିପରି ବୌଦ୍ଧରେ ପାଣି ଘେରରେ ୧୦ ପଞ୍ଚାୟତର ପ୍ରାୟ ୪୦ ଗାଁ ରହିଛି । ଜଗନ୍ନାଥସଡ଼କ ବାଲଟ ନାଳ ଉପରେ ୫ ଫୁଟ୍‌ର ପାଣି ପ୍ରବାହିତ ହେଉଛି । ହରଭଙ୍ଗା-ଖଣ୍ଡିଧଳପୁର-ରାମଗଡ଼-ହାଟଗାଁରେ ୫ ଫୁଟ୍‌ର ପାଣି । ସେହିପରି ହରଭଙ୍ଗା ବ୍ଲକ ସହ ଜଗନ୍ନାଥସଡ଼କକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

FLOOD_WATER

ସେହିପରି ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ବନ୍ୟାର ପ୍ରଭାଵ ଦେଖାଦେଇଛି । ବଲାଙ୍ଗୀରରେ ପ୍ରବଳ ବର୍ଷା ହେତୁ ଧନଜୀବନ କ୍ଷତି ହୋଇଛି ।

ହୀରାକୁଦ ଡ୍ୟାମ୍‌ର ୨୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୭.୮୭ ଫୁଟ ରହିଛି । ହୀରାକୁଦକୁ ପ୍ରବେଶ କରୁଛି ୪,୦୨,୩୨୬ କ୍ୟୁସେକ ଜଳ ।
ହୀରାକୁଦରୁ ୩,୮୯,୬୨୧ ଫୁଟ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+