ଆସନ୍ତା ଜୁନରୁ ଜୟପୁରରୁ ଉଡ଼ାଣ ଭରିବ ବିମାନ
ଆସନ୍ତା ଜୁନ ପ୍ରଥମ ସପ୍ତାହରୁ କୋରାପୁଟ ଜିଲ୍ଲା ଜୟପୁର ଏୟାରଷ୍ଟ୍ରିପରୁ ଉଡ଼ାଣ ଭରିବ ବିମାନ । ଏନେଇ ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି ।
କୋରାପୁଟ: ଆସନ୍ତା ଜୁନ ପ୍ରଥମ ସପ୍ତାହରୁ କୋରାପୁଟ ଜିଲ୍ଲା ଜୟପୁର ଏୟାରଷ୍ଟ୍ରିପରୁ ଉଡ଼ାଣ ଭରିବ ବିମାନ । ଏନେଇ ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି । ଜୟପୁରରୁ ଭୁବନେଶ୍ୱର ଓ ବିଶାଖାପାଟଣାକୁ ବିମାନ ଉଡ଼ାଣ ଭରିବ । ୯ ସିଟ ବିଶିଷ୍ଟ ବିମାନ ଯାତ୍ରା କରିବ ଏବଂ ଯାତ୍ରୀଙ୍କୁ ସବସିଡି ମିଳିବ ବୋଲି ଜଣାପଡ଼ିଛି ।

ସେହିପରି ଆଜି ଶ୍ରୀମତୀ ପାଢ଼ୀ କେନ୍ଦ୍ରୀୟ ପ୍ରଭାରୀ ଭାବେ ଆକାଂକ୍ଷା ଜିଲ୍ଲା କୋରାପୁଟର ନନ୍ଦପୁର ଓ ବୋରିଗୁମ୍ମା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ମିଶନ ଶକ୍ତି ଦ୍ଵାରା ନିର୍ମାଣ ହୋଇଥିବା ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହି ସମୟରେ ତାଙ୍କ ସହିତ କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଆକ୍ତାର ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଳାୟର ଯୁଗ୍ମ ସଚିବ ଉଷା ପାଢ଼ୀ ୧୫ତମ ସିଭିଲ୍ ସର୍ଭିସେସ୍ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସିକା-୨୦୨୦ ପୁରସ୍କାର ପାଇଛନ୍ତି। ଖାସ୍ କରି ଉଡାନ ଯୋଜନାର ସଫଳତା ପାଇଁ ଶ୍ରୀମତି ପାଢ଼ୀଙ୍କୁ ଏହି ପୁରସ୍କାର ମିଳିଛି।

୨୦୧୬ ମସିହାରେ ଉଡ଼ାନ ଯୋଜନା ଆରମ୍ଭ ହେବା ପରେ ୬୭ଟି ସ୍ଥାନରୁ ୪୧୯ଟି ନୂଆ ଆକାଶମାର୍ଗରେ ବିମାନ ଚଳାଚଳ କରିଥିବା ସୂଚନା ଦେଇଛନ୍ତି ଶ୍ରୀମତୀ ପାଢ଼ୀ। ଏହା ଫଳରେ ୯୨ଲକ୍ଷ ଲୋକେ ଉପକୃତ ହୋଇଛନ୍ତି। ସେଭଳି ଆଗାମୀ ୨୦୨୪ସୁଦ୍ଧା ୧୦୦ଟି ନୂଆବିମାନ ବନ୍ଦର ୧୦୦୦ ନୂଆ ଅକାଶମାର୍ଗରେ ବିମାନ ଚଳାଇବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଶ୍ରୀମତୀ ପାଢ଼ୀ।












Click it and Unblock the Notifications