ଖୁବ ଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱରରୁ ସିଙ୍ଗାପୁରକୁ ବିମାନ ଉଡ଼ାଣ
ଭୁବନେଶ୍ୱର:ଚଳିତ ବର୍ଷ ମେ'ମାସ ଶେଷ ସପ୍ତାହରେ ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି 5-T ସଚିବ । ଯାହା ଦ୍ୱରା ସିଙ୍ଗାପୁର ସହ ବ୍ୟବସାୟିକ ସମ୍ପର୍କ ମଧ୍ୟ ବୃଦ୍ଧି ପାଇବ । ସେହିପରି ଓଡ଼ିଶାର ଛାତ୍ରଛାତ୍ରୀ ସିଙ୍ଗାପୁରରେ ଦକ୍ଷତା ତାଲିମ ନେଉଛନ୍ତି ।
5-T ସଚିବ ଇନଷ୍ଟାଗ୍ରାମରେ ଦେଲେ ସୂଚନା
ଜାପାନ ଗସ୍ତରେ ଯିବା ସମୟରେ ମୁଖ୍ୟମନ୍ତ୍ରୀ କିଛି ସମୟ ପାଇଁ ସିଙ୍ଗାପୁର ବିମାନବନ୍ଦରରେ ଅଟକିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ତିଆନ ମୁଖ୍ୟମନ୍ତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ । ପରେ 5-T ସଚିବ ଇନଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଥିଲେ ଯେ, ଆଗାମୀ ମେ'ମାସ ଶେଷ ସପ୍ତାହ ସୁଦ୍ଧା ଭୁବନେଶ୍ୱରରୁ ସିଙ୍ଗାପୁର ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଯାହା ଦ୍ୱାରା ସିଙ୍ଗାପୁର ସହ ବ୍ୟବସାୟିକ ସମ୍ପର୍କ ମଧ୍ୟ ବୃଦ୍ଧି ପାଇବ ।

୫ ବିଲିୟନ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି
ସେହିପରି ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାର ଆଇଟିଏସ୍ ସହ ପୂର୍ବରୁ ଚୁକ୍ତି କରିଛନ୍ତି । ଓଡ଼ିଶାର ଛାତ୍ରଛାତ୍ରୀ ସିଙ୍ଗାପୁରରେ ଦକ୍ଷତା ତାଲିମ ନେଉଛନ୍ତି । ସୂଚନାଥାଉ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ଜାପାନ ଗସ୍ତରେ ଅଛନ୍ତି । ଭୁବନେଶ୍ୱରରୁ ସିଙ୍ଗାପୁର ଦେଇ ଜାପନରେ ପହଁଚିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀଙ୍କ ସହ 5-T ସଚିବ ମଧ୍ୟ ଜାପାନ ଗସ୍ତରେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତରୁ ରାଜ୍ୟକୁ ପ୍ରାୟ ୫ ବିଲିୟନ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇ ପାରେ ବୋଲି ଆଶା କରାଯାଉଛି ।












Click it and Unblock the Notifications