୨୦୨୨ର ସୁଦ୍ଧା ପୁରୀରୁ ଉଡିବ ବିମାନ, ସମସ୍ତ ପ୍ରସ୍ତୁତି ଶେଷ
ରାଜ୍ୟରେ ପ୍ରତିଷ୍ଠା ହେବ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର। ୨୦୨୨ରେ ପୁରୀରୁ ଉଡ଼ିବ ବିମାନ। ଭୁବନେଶ୍ୱରରେ ପୂର୍ବରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ରହିଥିବା ବେଳେ ପୁରୀରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ହେବ।
ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର। ୨୦୨୨ରେ ପୁରୀରୁ ଉଡ଼ିବ ବିମାନ। ଭୁବନେଶ୍ୱରରେ ପୂର୍ବରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ରହିଥିବା ବେଳେ ପୁରୀରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ହେବ। ଏନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ତେବେ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ପ୍ରସ୍ତାବିତ ଜମିକୁ ଭାରତର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ତିନିଜଣିଆ ବୈଷୟିକ କମିଟି ଦ୍ୱାରା ସର୍ଭେ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସକୁ ଶ୍ରୀକ୍ଷେତ୍ରବାସୀ ସ୍ୱାଗତ କରିଛନ୍ତି। ଫଳରେ ପୁରୀର ପର୍ଯ୍ୟଟନ ଶିଳ୍ପ, ଅର୍ଥନୈତିକ ବ୍ୟବସ୍ଥା ଓ ବେକାରୀ ସମସ୍ୟାରେ ସୁଧାର ଆସିବା ସହ ଶ୍ରୀଜଗନ୍ନାଥ ସଂସ୍କୃତିର ଅଧିକ ପ୍ରଚାର ପ୍ରସାର ହୋଇପାରିବ। ତେଣୁ ଏହାକୁ ତୁରନ୍ତ ପ୍ରତିଷ୍ଠା କରିବା ପାଇଁ ଦାବି ହୋଇଛି।












Click it and Unblock the Notifications