ଭୁବନେଶ୍ୱର-ରାଉରକେଲା ବିମାନ ସେବା ଆରମ୍ଭ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର-ରାଉରକେଲା ବିମାନ ସେବା ଆରମ୍ଭ, ବିମାନ ଚଳାଚଳର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିସି ଜରିଆରେ ସାମିଲ ହେଲେ ।
ଭୁବନେଶ୍ୱର: ପ୍ରତୀକ୍ଷାର ହେଲା ଅନ୍ତ । ଆରମ୍ଭ ହେଲା ଭୁବନେଶ୍ୱର-ରାଉରକେଲା ବିମାନ ସେବା । ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଦିଲ୍ଲୀରୁ ଭିସି ଜରିଆରେ ଉଦଘାଟନ କଲେ ଜ୍ୟୋତିରାଦିତ୍ୟ ସିଦ୍ଧିଆ । ଏହି ସମୟରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ତା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ ।

ସକାଳ ୧୦ ଟା ୪୫ ମିନିଟରେ ଭୁବନେଶ୍ଵର ବିମାନ ବନ୍ଦରରୁ ଆଲାଏନ୍ସ ଏୟାରର ବିମାନ ରାଉରକେଲା ଅଭିମୁଖେ ଯାତ୍ରା କରିଛି । ୧୧ଟା ୪୦ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବ ବିମାନ । ଏହାପରେ ୧୨ଟା ୦୫ ରେ ରାଉରକେଲାରୁ ବାହାରି ଅପରାହ୍ମ ଗୋଟାଏରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ । ୧୨ ତାରିଖରୁ ଦୈନିକ ଉଡାଣ ଜାରି ରହିବ । ପ୍ରତିଦିନ ବିମାନ ଭୁବନେଶ୍ବରରୁ ୨ ଟା ୫୫ ମିନିଟରେ ଛାଡ଼ିବ ରାଉରକେଲାରେ ୩ଟା ୫୦ମିନିଟରେ ପହଞ୍ଚିବ। ରାଉରକେଲାରୁ ୪ଟା ୧୫ମିନିଟରେ ବାହାରି ଭୁବନେଶ୍ବରରେ ୫ଟା ୧୦ରେ ପହଞ୍ଚିବ । ଭୁବନେଶ୍ବରରୁ ରାଉରକେଲା ବିମାନରେ ଟିକେଟ ମୂଲ୍ୟ ୨୮୦୩ ଟଙ୍କା ରହିଥିବା ବେଳେ ରାଉରକେଲାରୁ ଭୁବନେଶ୍ଵର ବିମାନର ଟିକେଟ ମୂଲ୍ୟ ରହିଛି ୨୭୨୧ଟଙ୍କା । ଆଲାଏନ୍ସ ଏୟାର ବିମାନରେ ୭୨ ସିଟ୍ ରହିଛି । ବିମାନରେ ଆଜି ନ୍ୟୁଜିଲାଣ୍ତ ଟିମ୍ ରାଉରକେଲା ଗସ୍ତ କରିବ ।












Click it and Unblock the Notifications