ଭୁବନେଶ୍ୱରରୁ ଉତ୍କେଲାକୁ ବିମାନ ସେବା ଆରମ୍ଭ: ଆଭାସିରେ ଉଦ୍ଘାଟନ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ
ଭୁବନେଶ୍ୱରରୁ ଉତ୍କେଲାକୁ ବିମାନ ସେବା ଆରମ୍ଭ । ଭୁବନେଶ୍ୱର ବିମାନବନ୍ଦରରୁ ଛାଡ଼ିଲା ପ୍ରଥମ ବିମାନ । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ VCରେ ଉଦ୍ଘାଟନ କଲେ । ଭୁବନେଶ୍ୱରରେ ଫ୍ଲାଗ୍ଅପ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୯ ସିଟ୍ ବିଶିଷ୍ଟ ଇଣ୍ଡିଆ ଓ୍ୱାନ୍ ଫ୍ଲାଇଟ୍ ଉଡ଼ାଣ ଭରିଛି । ସପ୍ତାହକୁ ଦୁଇ ଦିନ ମିଳିବ ବିମାନ ସେବା ।
କଳାହାଣ୍ଡିର ବହୁ ପ୍ରତୀକ୍ଷିତ ଉତ୍କେଲା ବିମାନବନ୍ଦରକୁ ଆଜିଠାରୁ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ତଥା ଅନ୍ୟ ଅଧିକାରୀମାନେ ଅଭାସି ମାଧ୍ୟମରେ ଏହି ନୂତନ ବିମାନ ଚଳାଚଳ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି ।
ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉପସ୍ଥିତ ରହି ଉତ୍କେଲା ଅଭିମୁଖେ ଆସିବାକୁ ଥିବା ପ୍ରଥମ ବିମାନକୁ ପତାକା ଦେଖାଇଛନ୍ତି ।
Glad to flag off first flight between #Bhubaneswar and newly inaugurated Utkela Airport in #Kalahandi district. The airport has added yet another golden chapter to #Odisha's aviation sector. It will boost connectivity, commerce & tourism, fulfilling aspirations of people of the… pic.twitter.com/5TbWvei7qM
— Naveen Patnaik (@Naveen_Odisha) August 31, 2023
ଏଥିପାଇଁ ଯାତ୍ରୀ ଭଡା ୯୯୯ ଟଙ୍କା ଧାର୍ଯ୍ୟ କରାଯାଇଛି ।
ବିମାନ ଚଳାଚଳ ପାଇଁ ଅଗଷ୍ଟ ୭ ତାରିଖରେ ଉତ୍କେଲା ବିମାନବନ୍ଦରକୁ DGCA ଲାଇସେନ୍ସ ଦେଇଥିଲା । ଭୁବନେଶ୍ବର ଓ ବିମାନବନ୍ଦର ମଧ୍ୟରେ ୯ଟି ସିଟ୍ ଥିବା ବିମାନ ଚଳାଚଳ କରିବ । ଏହାକୁ ଚଳାଇବ ଇଣ୍ଡିଆ ୱାନ୍ । ପ୍ରତିଦିନ ସକାଳ ୭ଟା ୧୫ରେ ବିମାନ ଭୁବନେଶ୍ୱର ଛାଡ଼ି ୮ଟା ୨୫ରେ ଉତ୍କେଲା ପହଞ୍ଚିବ । ଉତ୍କେଲାରୁ ସକାଳ ୮ଟା ୫୦ରେ ବାହାରି ୧୦ଟାରେ ଭୁବନେଶ୍ୱର ପହଞ୍ଚିବ ।

ଏହା ରାଜ୍ୟର ପଞ୍ଚମ ବିମାନବନ୍ଦର । ଯାହା ସପ୍ତାହର ୭ ଦିନ ଯାକ ବିମାନ ସେବା ଦେବ । ତେବେ ଯାତ୍ରୀଙ୍କ ବୁକିଂ ଉପରେ ସବୁ ନିର୍ଭର କରୁଛି ।












Click it and Unblock the Notifications