ଭୁବନେଶ୍ୱରରୁ ଦୁବାଇ ସିଧା ଉଡ଼ିବ ବିମାନ, ଆଜି ଟିକେଟ ବୁକିଂର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ବରରୁ ଦୁବାଇକୁ ସିଧା ଉଡ଼ିବ ବିମାନ । ଆଜି ଟିକେଟ ବୁକିଂର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଉତ୍କଳ ଦିବସ ଉପଲକ୍ଷେ ଓଡ଼ିଶାକୁ ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆନ୍ତର୍ଜାତିକ ବିମାନ ଉଡ଼ାଣରେ ଏହା ପ୍ରଥମ ପାହଚ ରୂପେ ସ୍ବୀକୃତି ପାଇବ । ଭୁବନେଶ୍ୱରରୁ ପୂର୍ବରୁ ମଧ୍ୟ ଆନ୍ତର୍ଜାତିକ ବିମାନ ଉଡ଼ାଣ ହୋଇଛି । ହେଲେ ଦୁବାଇକୁ ସିଧା ବିମାନ ଉଡ଼ାଣରେ ଏହା ହେବ ପ୍ରଥମ ଫ୍ଲାଇଟ । ବିଦେଶରେ ରହୁଥିବା ଓଡ଼ିଆଙ୍କୁ ଏକାଠି କରିବ ଏହି ବିମାନ ସେବା ବୋଲି ମୁଖ୍ୟମନ୍ତ୍ରୀ ଏହାର ଉଡାଣ ନେଇ ତତ୍ପର ପ୍ରକାଶ କରିଥିଲେ ।
ଉଲ୍ଲେଖଥାଉ କି, ପୂର୍ବରୁ ଆସନ୍ତା ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ବର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବାକୁ ସ୍ଥିର ହୋଇଥିଲା । ମାର୍ଚ୍ଚ ୫ ତାରିଖ ସଂଧ୍ୟା ୬ଟା ୪୫ ମିନିଟ୍ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଇଣ୍ଡିଗୋ ବିମାନ ଦୁବାଇ ଯାତ୍ରା ଆରମ୍ଭ କରିବା ସହିତ ୯ଟା ୪୫ ମିନିଟ୍ରେ ଦୁବାଇରେ ପହଞ୍ଚିବ ବୋଲି ସ୍ଥିର ହୋଇଥିଲା ।
କିନ୍ତୁ ଏହା କୌଣସି କାରଣରୁ ସମ୍ଭବ ହୋଇପାରି ନଥିଲା । ଗତବର୍ଷ ଡିସେମ୍ବର ମାସରେ ରାଜ୍ୟ କ୍ୟାବିନେଟ୍ରେ ଭୁବନେଶ୍ବରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକ୍କୁ ସିଧାସଳଖ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଥିଲା । ବିମାନ ଚଳାଚଳ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଯାହା ଟିକେଟ୍ ବିକ୍ରି ହେବ ଏହି ଅର୍ଥ ରାଜ୍ୟ ସରକାରଙ୍କୁ ମିଳିବ ବୋଲି ସ୍ଥିର କରାଯାଇଥିଲା ।












Click it and Unblock the Notifications