ଭୁବନେଶ୍ୱରରୁ ଜାମସେଦପୁରକୁ ଉଡିଲା ବିମାନ

ଆଜିଠୁ ରାଜଧାନୀ ଭୁବନେଶ୍ବର ଜାମସେଦପୁରକୁ ଉଡିଲା ବିମାନ । ସକାଳ ୭ଟା ୩୦ରେ ଉଡିଲା ପ୍ରଥମ ବିମାନ । ଉଡାଣ ସ୍କିମରେ ଇଣ୍ଡିଆ ୱାନ ଏୟାର ପକ୍ଷରୁ ବିମାନ ଉଡାଣ ଆରମ୍ଭ ହୋଇଛି ।

ଭୁବନେଶ୍ବର: ଆଜିଠୁ ରାଜଧାନୀ ଭୁବନେଶ୍ବର ଜାମସେଦପୁରକୁ ଉଡିଲା ବିମାନ । ସକାଳ ୭ଟା ୩୦ରେ ଉଡିଲା ପ୍ରଥମ ବିମାନ। ଉଡାଣ ସ୍କିମରେ ଇଣ୍ଡିଆ ୱାନ ଏୟାର ପକ୍ଷରୁ ବିମାନ ଉଡାଣ ଆରମ୍ଭ ହୋଇଛି । ଖୁବଶୀଘ୍ର ୨ଟି ମାର୍ଗକୁ ଯୋଗ କରି ଭୁବନେଶ୍ୱରରୁ ଜାମସେଦପୁର ଓ ଅନ୍ୟଟି ଜାମସେଦପୁରରୁ କୋଲକାତା ଏହି ବିମାନ ଉଡ଼ିବ ।

Flight

ବର୍ତ୍ତମାନ ଭୁବନେଶ୍ୱର-ଜାମସେଦପୁର-କୋଲକାତା ପାଇଁ ବୁକିଂ ଆରମ୍ଭ ହୋଇ ଯାଇଛି । ପ୍ରଥମ ଦିନ ବିମାନ ଭୁବନେଶ୍ୱରରୁ ସକାଳ ସାଢ଼େ ୭ଟାରେ ବାହାରିଥିଲା । ମାତ୍ର ଆଗକୁ ପ୍ରତିଦିନ ଏହା ଭୁବନେଶ୍ୱରରୁ ସକାଳ ସାଢ଼େ ୬ଟାରେ ବାହାରି ଜାମସେଦପୁରରେ ୭ଟା ୫୦ରେ ପହଞ୍ଚିବ । ଜାମସେଦପୁରରୁ ୮ଟା ୧୫ରେ ଛାଡ଼ି କୋଲକାତାରେ ୯ଟା ୨୦ରେ ପହଞ୍ଚିବ । ସେହିପରି କୋଲକାତାରୁ ୧୦ଟା ୧୦ରେ ବାହାରି ଜାମସେଦପୁରରେ ୧୧ଟା ୧୫ ଓ ଜାମସେଦପୁରରୁ ଅପରାହ୍ନ ୧୨ଟା ୧୫ରେ ବାହାରି ଭୁବନେଶ୍ୱରରେ ଅପରାହ୍ନ ୨ଟା ୫ରେ ପହଞ୍ଚିବ ।

ଭୁବନେଶ୍ୱର ରୁ ଜାମସେଦପୁର କୁ ୧ ଘଣ୍ଟା ୨୦ ମିନିଟ ଲାଗୁଥିବା ବେଳେ ଜାମସେଦପୁର ରୁ କଲିକତା ୧ ଘଣ୍ଟା ୫ ମିନିଟ ଲାଗିବ। ପ୍ରଥମ ବିମାନରେ ଜାମସେଦପୁରକୁ ୫ ଜଣ ଜାମସେଦପୁରରୁ କୋଲକାତା ୭ ଜଣ ଯାତ୍ରୀ ଯାଇଛନ୍ତିବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+