ସେଲଫି ନେଇ ନଦୀରେ ଫସିଲେ ୨ ପର୍ଯ୍ୟଟକ
Flash flood trapped two tourists in the midସେଲଫି ନେଇ ନଦୀରେ ଫସିଲେ ୨ ପର୍ଯ୍ୟଟକ
ରାୟଗଡ଼ା: ସେଲଫି ନେବା ହେଲା କାଳ । ସେଲଫି ନେବା ସମୟରେ ହଟାତ୍ ମାଡ଼ି ଆସିଥିଲା ବନ୍ୟା ଜଳ ଫଳରେ ନଦୀରେ ଫସିଲେ ୨ ପର୍ଯ୍ୟଟକ । ତେବେ ପରିବାର ସହ ବୁଲିବାକୁ ଯାଇଥିବା ସମୟରେ ପରିବାରର ଅନ୍ୟ ସଦସ୍ୟ କୂଳକୁ ଫେରି ଆସିଥିବା ବେଳେ୨ ଯୁବକ ସେଲଫି ନେବା ପାଇଁ ରାୟଗଡ଼ାର ନାଗାବଳୀ ନଦୀ ମଝିରେ ଥିବା ପଥର ଉପରକୁ ଯାଇଥିଲେ । ହେଲେ ହଟାତ୍ ବନ୍ୟା ଜଣ ଆସିବାରୁ ସେଠୁ ନ ଆସି ପାରି ଫସି ରହିଛନ୍ତି ଦୁଇ ବ୍ୟକ୍ତି ।

ଉପର ମୁଣ୍ତରେ ପ୍ରବଳ ବର୍ଷା ପାଇଁ ହଟାତ୍ ବନ୍ୟା ପାଣି ମାଡ଼ି ଆସିଥିବା ଅନୁମାନ କରାଯାଇଛି ।ରୟାଗଡ଼ ନାଗାବଳୀ ନଦୀର ଝୁଲାପୋଲ ତଳେ ଦୁଇ ବ୍ୟକ୍ତି ଫସି ରହିଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ତେବେ କାଶୀପୁରର ଏହି ଦୁଇ ପର୍ଯ୍ୟଟକଙ୍କ ପାଖରେ ଏବେ ଲାଇଫ୍ ଜ୍ୟାକେଟ୍ ଓ ରସି ପହଁଞ୍ଚାଇବାରେ ସଫଳ ହୋଇଛି ଅଗ୍ନଶମ ବାହିନୀ












Click it and Unblock the Notifications