ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୫ ହଜାର ଡାକ୍ତର, ବିଧାନସଭାରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୫ ହଜାର ଡାକ୍ତର । ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଏହି ନିଯୁକ୍ତି ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୫ ହଜାର ଡାକ୍ତର । ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଏହି ନିଯୁକ୍ତି ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଧାନସଭାରେ ପ୍ରଶ୍ନକାଳରେ ରାଜ୍ୟର ମେଡିକାଲ ଗୁଡିକର ବେଡ ଅଭାବ ଓ ରୋଗୀ ସେବାକୁ ନେଇ ଉଭୟ ଶାସକ ଓ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।
ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ପ୍ରତି ହଜାରେ ରୋଗୀରେ ୦.୭% ଶଯ୍ୟା ଅଛି । IPHS ନିୟମ ଅନୁସାରେ ହଜାରେ ରୋଗୀରେ ଶଯ୍ୟା ସଂଖ୍ୟା ୧ ପ୍ରତିଶତ ରହିବା କଥା । ଯାହାକୁ ହାସଲ କରିବା ଦିଗରେ ରାଜ୍ୟ ସରକାର କାମ ଚଳାଇଛନ୍ତି । ବେଡ ଅଭାବରୁ କହାକୁ ଫେରାଇ ଦିଆଯାଉ ନାହିଁ ।୨୦୧୭-୨୦୧୮ରୁ ୨୦୨୨-୨୦୨୩ ମଧ୍ୟରେ ୧୭ ହଜାର ୧୩୦ରୁ ୨୫ ହଜାର ୬୫୦ ବେଡ ବୃଦ୍ଧି କରାଯାଇଛି ।
ସେହିଭଳି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ସବଡିଭିଜିନାଲ ହସ୍ପିଟାଲରେ ୩୭ ଜଣ ଡାକ୍ତର ପଦବୀ ଥିବାବେଳେ ଏଠାରେ କାର୍ଯ୍ୟ କରୁଛନ୍ତି ମାତ୍ର ୬ ଜଣ । ଏ ନେଇ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଆଗମୀ ଦିନରେ ୫୦୦୦ ନୂଆ ଡାକ୍ତର ପୋଷ୍ଟ ନିଯୁକ୍ତି ଦେଉଛନ୍ତି, ରାଇରଙ୍ଗପୁର ହସ୍ପିଟାଲରେ ପ୍ରାଧାନ୍ୟ ଦୃଷ୍ଟିରେ ଡାକ୍ତର ପୋଷ୍ଟ ପୂରଣ କରାଯିବ ।












Click it and Unblock the Notifications