ବସ୍ତିକୁ ମାଲବାହୀ ଟ୍ରେନ ମାଡ଼ିଯିବା ଘଟଣା, ଷ୍ଟେସନ ମ୍ୟାନେଜରଙ୍କ ସହ ୫ ଜଣ ନିଲମ୍ବିତ
ମାଲବାହୀ ଟ୍ରେନ ବସ୍ତିକୁ ମାଡ଼ିଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ରାଉରକେଲା ଷ୍ଟେସନ ମ୍ୟାନେଜରଙ୍କ ସହ ୫ ଜଣ ନିଲମ୍ବିତ। ନିଲମ୍ବିତ ବ୍ୟକ୍ତିଙ୍କ ମଧ୍ୟରେ ମାଲବାହୀ ଟ୍ରେନର ଡ୍ରାଇଭର, ଗାର୍ଡ ଓ ସେଣ୍ଟ୍ରିଂ କର୍ମଚାରୀ ଅଛନ୍ତି । ଚକ୍ରଧରପୁର ଡିଭିଜନର ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ଆଦିତ୍ୟ ଚୌଧୁରୀ କହିଛନ୍ତି ଏହି ଘଟଣା ପାଇଁ ଷ୍ଟେସନ ମ୍ୟାନେଜର ପିକେ ଦାସ ଦାୟୀ। ଏଥି ପାଇଁ ପିକେ ଦାସଙ୍କ ସମେତ ମୋଟ୍ ୫ ଜଣଙ୍କୁ ନିଲମ୍ବନ କରାଯାଇଛି ।
ସୂଚନାଯୋଗ୍ୟ,ଗତକାଲି (ବୁଧବାର) ସକାଳେ ରେଳବାଇ ପାର୍ଶଲ ୟାଡ଼ରେ ମାଲ ଅନଲୋଡ଼ କରି ମାଲବାହୀ ଟ୍ରେନ ପଛକୁ କରୁଥିଲା। ଏହି ସମୟରେ ଟ୍ରେନଟି ପିଚୁରୋଡ଼ର ଅତିକ୍ରମ କରି ରହି ଯାଇଥିଲା। ଆଉ ଯଦି ଟିକିଏ ପଛକୁ ଯାଇଥାନ୍ତା ତେବେ ଜନବସତି ଉପରକୁ ମାଡିଯାଇଥାନ୍ତା। ତେବେ ମାଲବାହି ଟ୍ରେନ ଧକ୍କାରେ ଅଟୋ, ସାଇକଲ ଭାଙ୍ଗି ଚୁରମାର ହୋଇଥିଲା। ଘଟଣା ଘଟିବା ପରେ ଘଟଣା ସ୍ଥଳରୁ ମାଲଗାଡ଼ୀ ଚାଳକ ଫେରାର ହୋଇଯାଇଥିଲେ ।

ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଘଟଣା ସ୍ଥଳରେ ରେଳ କର୍ମଚାରୀ ,ଅଧିକାରୀଙ୍କ ସହ ଏଆରଏମ୍ ପହଞ୍ଚିଥିଲେ । ପରେ ଉଦ୍ଧାର ଟିମ ମାଲଗାଡ଼ୀର ୱାଗନକୁ ଘଟଣା ସ୍ଥଳର ଟାଣି ନେବା ପରେ ରାସ୍ତା ଅବରୋଧ ହଟିଥିଲା।












Click it and Unblock the Notifications