ଶିକାରୀଙ୍କୁ ଧରାଇଦେଲା ଏଆଇ କ୍ୟାମେରା

ବନ୍ୟ ଜନ୍ତୁଙ୍କ ନିର୍ଭୟ ବାସସ୍ଥାନ ଶିମିଳିପାଳ ଅଭୟାରଣ୍ୟ। । ଶିକାରୀଙ୍କ ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ଶିକାରୀମାନେ ଅଭୟାରଣ୍ୟରେ ବନ୍ଧୁକ ଧରି ବୁଲୁଛନ୍ତି। ଯାହା ବନ ବିଭାଗ କ୍ୟାମେରାରେ ଟ୍ରାପ୍‌ ହୋଇଯାଇଛି।

ବନ ବିଭାଗ ସେହି ଫଟୋକୁ ଧରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ସାଉଥ ୱାଇଲ୍ଡ ଲାଇଫ ରେଞ୍ଜରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା ଫଟୋକୁ ଆଧାର କରି ବନ ବିଭାଗର ବରିଷ୍ଠ କର୍ମଚାରୀଙ୍କ ଏକ ଟିମ୍ ବାରିପଦା ସଦର ପୋଲିସ ଷ୍ଟେସନ ଅନ୍ତର୍ଗତ ବେସରପାଣି ଗ୍ରାମରୁ ଏହି 5 ଅଭିଯୁକ୍ତଙ୍କୁ ଗିରଫ କରିଛି।

similipala

ଏହି ପାଞ୍ଚ ଅଭିଯୁକ୍ତ ହେଉଛନ୍ତି କରୁଣାକର ମଲ୍ଲିକ, କାର୍ତ୍ତିକ ଭକ୍ତ, ଭୋଲା ଭକ୍ତ, ଗୁନୁ ଭକ୍ତ, ରବି ଭକ୍ତ। ପାଞ୍ଚ ଜଣଙ୍କ ଘର ଏବଂ ଶିମିଳିପାଳ ଜଙ୍ଗଲ ଭିତରେ ଖୋଜାଖୋଜି ବେଳେ ବନ ବିଭାଗର କର୍ମଚାରୀମାନେ ତିନୋଟି ବନ୍ଧୁକ, ଗୋଟିଏ ଲୋଡେଡ ବନ୍ଧୁକ, ୧୦୦ ଗ୍ରାମ ଗୋଳାବାରୁଦ, ଦୁଇଟି ହେଡଲାଇଟ୍ ଆଦି ଜବତ କରିଛନ୍ତି।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନର ଉପ ନିର୍ଦ୍ଦେଶକ କହିଛନ୍ତି, ଗିରଫ ବ୍ୟକ୍ତିମାନଙ୍କ ନାଁରେ ଜଙ୍ଗଲ ସୁରକ୍ଷା ଆଇନ ୧୯୭୨ ଓ ୧୯୫୯ ଆର୍ମସ୍ ଆକ୍ଟରେ ମାମଲା ରୁଜୁ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+