ଓଡ଼ିଶାରେ ଖୋଲିବ ଆଉ ୫ ନୂଆ ମହିଳା ଏନସିସି ବାଟାଲିଅନ୍
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଓଡ଼ିଶାରେ ଆଉ ୫ ନୂଆ ମହିଳା ଏନ୍ସିସି ବାଟାଲିଅନ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ଏନ୍ସିସି ନିର୍ଦ୍ଦେଶକଙ୍କୁ ଚିଠି କରିଛି।

ଚିଠିରେ କ୍ୟାଡେଟ୍ମାନଙ୍କ ଦକ୍ଷତା ବିକାଶ ଏବଂ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷେ କ୍ୟାଡେଟ ସଂଖ୍ୟା ୬୩ ହଜାରରୁ ୯୦ ହଜାର ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଛାତ୍ରୀମାନେ ଉପକୃତ ହୋଇପାରିବେ।












Click it and Unblock the Notifications