ଗୋଟିଏ ପରିବାରର ୫ ମୃତ୍ୟୁ; ମା'ର ମୃତ୍ୟୁ ପରେ ସହି ପାରିଲାନି ପୁଅ, ଆଉ ଶେଷରେ ...
ମା' ତୁ ତ ମୋତେ ଏକୁଟିଆ କରି ଛାଡ଼ି ଚାଲିଗଲୁ। ତୁ ଗଲା ପରେ ମୋ କଥା ଆଉ କିଏ ବୁଝିବ। ମୁଁ ଆଉ କାହା ପାଇଁ ବଞ୍ଚିବି ?' ତୋର ମୃତଦେହକୁ ଡାକ୍ତରଖାନରୁ ଆଣିବାକୁ ମୋ ପାଖରେ ସମ୍ବଳ ନାହିଁ । ଆଉ ମୁଁ ବଞ୍ଚିବିନି । ଶେଷରେ ମା'ର ଶାଢ଼ି ଲଗାଇ କରିଥିଲା ଆତ୍ମହତ୍ୟା ।
ମା' ସହ ପରିବାରର ୩ ଜଣଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲା ୧୭ ବର୍ଷୀୟ ପୁଅ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ କାନୁଟ୍ ଗାଁରେଏପରି ଦୁଃଖଦ ଘଟଣା ଘଟିଛି । ମୃତ ନାବାଳକ ଜଣଙ୍କ ହେଲେ ଦ୍ରୋଣ ମହାକୁଡ଼ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ମେଡିକାଲରେ ଚିକିତ୍ସାବାବଦକୁ ଟଙ୍କା ପୈଠ ହୋଇ ନଥିବାରୁ ମୃତଦେହ ଘରକୁ ଆସିପାରିନଥିଲା। ଏଥିପାଇଁ ପୁଅ ଦ୍ରୋଣ ଚିନ୍ତାରେ ଥିଲେ। ଆଉ ମୃତଦେହକୁ ମେଡିକାଲରୁ ଆଣିବାକୁ ତାଙ୍କ ପାଖରେ ସମ୍ବଳ ନଥିଲା। ଗାଁର ଯୁବକମାନେ ମୃତଦେହ ଆଣିବା ପାଇଁ ଚାରିଆଡେ ଅର୍ଥ ମାଗିଥିଲେ । ଆଉ ଏ ସବୁ ଦେଖି ମା'ର ଶାଢ଼ି ଲଗାଇ କରିଥିଲା ଆତ୍ମହତ୍ୟା କରିଥିଲା ୧୭ ବର୍ଷୀୟ ପୁଅ ଦ୍ରୋଣ।

ଘଟଣା ଅନୁସାରେ, ଗତ ୧୦ ତାରିଖ ସନ୍ଧ୍ୟାରେ କାନୁଟ ଗାଁ ଉପରପଡ଼ାରେ ଅଦା ବରିହାଙ୍କ ପରିବାରର ୬ ଜଣ ବସି ଟିଭି ଦେଖୁଥିଲେ । ଆଉ ସେହି ସମୟରେ ଗ୍ୟାସ୍ ସିଲିଣ୍ଡର ଫାଟି ଘରେ ନିଆଁ ଲାଗି ଯାଇଥିଲା। ଆଉ ଏହାର ପରିଣାମ ଭୟଙ୍କର ଥିଲା । ଫଳରେ ଏଥିରେ ୬ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଓ ଜଣେ ପୁରୁଷ ଥିଲେ । ସେମାନଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା।
ହେଲେ ଦୁଃଖର ବିଷୟ ଗତ ୧୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ୨ ଜଣଙ୍କ ମୃତ୍ୟୁ ହୋଇଥିଲା।
ଆଉ ଗତକାଲି ରାଉରକେଲାର ଏକ ଘରୋଇ ମେଡିକାଲରେ ଦ୍ରୋଣଙ୍କ ମା'ମାଳତିଙ୍କର ମୃତ୍ୟୁ ହୋଇଥିଲା।
ଆଜି ସକାଳେ ନିଜ ମା'ର ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିଲା। ଗ୍ରାମବାସୀ ଏହି ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଦ୍ରୋଣଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।












Click it and Unblock the Notifications