ରାମଚନ୍ଦ୍ର ବେହେରା ହତ୍ୟା ମାମଲା: ୫ ଜଣଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌

ହତ୍ୟା ମାମଲାରେ ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ । ଆନନ୍ଦପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ମାମଲା ୫ ଜଣଙ୍କୁ ଫାଶି ଦଣ୍ଡାଦେଶ । ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ।

ମୋଟ ୫୩ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଏହି ଦଣ୍ଡାଦେଶ ହୋଇଛି । ତେବେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ସେହି ସମୟର ନାବାଳକ ପ୍ରମୋଦ ଦାସ (୧୭)କୁ ପୁଲିସ ଗିରଫ କରିଥିଲେ ମଧ୍ୟ ଅଭିଯୁକ୍ତ ନାବାଳକ ହୋଇଥିବାରୁ ରାଉରକେଲାସ୍ଥିତ ସୁରକ୍ଷିତ ଆଶ୍ରୟସ୍ଥଳରେ ରହୁଥିବା ବେଳେ ଅତିରିକ୍ତ ଜିଲାଜଜ୍‌‌ ତଥା ନାବାଳକ ଅଦାଲତ କେନ୍ଦୁଝରରେ ତା' ମାମଲାର ଶୁଣାଣି କରାଯିବ ବୋଲି ଜଣାପଡ଼ିଛି ।

ଦୋଷୀ ଅଜିତ ପୃଷ୍ଟି, ସଂଜୀବ ପୃଷ୍ଟି, ଅଲେଖ ପୃଷ୍ଟିଙ୍କୁ ଫାଶି ଦଣ୍ଡ ମିଳିଛି । ସେହିପରି ଦୋଷୀ ଅରୁଣ ପୃଷ୍ଟି ଓ ଦୋଳ ବୋଇତେଇଙ୍କୁ ଫାଶି ଦଣ୍ଡାଦେଶ ହୋଇଛି । ୨୦୧୯ରେ ରାମଚନ୍ଦ୍ରଙ୍କୁ ଘର ସାମ୍ନାରେ ହତ୍ୟା କରାଯାଇଥିଲା ।

five convicts dead

୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦୁଝର ଜିଲାରେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭର ୨ଦିନ ପୂର୍ବରୁ ଜିଲାରେ ପ୍ରାକ୍‌‌ ନିର୍ବାଚନୀ ହିଂସା ଆରମ୍ଭ ହୋଇ ୨୦୧୪ ନିର୍ବାଚନରେ ଘସିପୁରାର ସ୍ୱାଧୀନ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ୨୫ ମାର୍ଚ୍ଚ ୨୦୧୯ ରାତି ପ୍ରାୟ ୧୦ଟା ୩୦ମି.ରେ କେତେକ ଦୁର୍ବୃତ୍ତ ଘରୁ ଡାକି ଆଣି ନୃଶଂସ ଭାବେ ହତ୍ୟା କରିଥିଲେ। ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ରାଜ୍ୟର ସବୁଠାରୁ ଅଧିକ ସମ୍ବେଦନଶୀଳ ଘସିପୁରା ନିର୍ବାଚନ ମଣ୍ଡଳୀରେ ଘଟିଥିବା ଏହି ଅମାନବୀୟ ଘଟଣାରୁ ଯେଭଳି ରାଜନୈତିକ ବାତାବରଣ ଅଶାନ୍ତ ନ ହୁଏ ତାହାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+