ବିଷାକ୍ତ ଫଳ ଖାଇ ୫ ଶିଶୁ ଅସୁସ୍ଥ, ମେଡିକାଲରେ ଭର୍ତ୍ତି
ବିଷାକ୍ତ ଜାମୁକୋଳି ଖାଇ ୫ ଶିଶୁ ଅସୁସ୍ଥ । ବାଲେଶ୍ବର ଭୋଗରାଇ ବ୍ଲକର ଉଲୁଡ଼ା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଉଳୁଡ଼ା ଅଞ୍ଚଳର ବୁଦ୍ଧି ପଟାଇ ନାମକ ଜଣେ ମହିଳା ବାଡ଼ିରେ ଥିବା ଜାମୁକୋଳି ଗଛରେ ପୋକ ଲାଗିବାରୁ କୀଟନାଶକ ଔଷଧ ଦେଇଥିଲେ ।

କିଛି ସମୟ ପରେ ପରିବାରର ଛୋଟ ଛୋଟ ପିଲା ବାଡ଼ିରେ ଖେଳୁଥିବା ବେଳେ ଭୁଲବଶତଃ ସେଇ ଗଛରୁ ଜାମୁକୋଳି ତୋଳି ଖାଇଥିଲେ । କିଛି ସମୟ ପରେ ପିଲାଙ୍କ ଦେହ ଅସୁସ୍ଥ ହୋଇଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ପିଲାମାନଙ୍କୁ କମର୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅବସ୍ଥା ବିଗିଡ଼ିବାରୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଭବନକୁ ପଠଯାଇଛି । ଚିକିତ୍ସା ପରେ ପିଲାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଛି ।












Click it and Unblock the Notifications