ଆଜିଠୁ ୭ ମାସ ମାଛ ଧରା କଟକଣା; ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଲାଗିଲା କଟକଣା

ଆଜିଠୁ ମେ ୩୧ ପର୍ଯ୍ୟନ୍ତ ୭ ମାସ ମାଛ ଧରିବା ଉପରେ କଟକଣା । ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛଧରା ନିଷେଧ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛ ମାରିବା ନିଷେଧ। ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମାଛ ମାରିବା ମନା। ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଲାଗିଲା କଟକଣା ।

olive ridley turtle

କଇଁଛ ସୁରକ୍ଷା ପାଇଁ ନଭେମ୍ବର ପହିଲାଠାରୁ ଜୁନ୍ ପହିଲା ୭ମାସ ଧରି ସମୁଦ୍ର କୂଳରୁ ୨୦ କି.ମି. ସାମୁଦ୍ରିକ ଜଳସୀମାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଯନ୍ତ୍ର ଚାଳିତ ମାଛଧରା ଟ୍ରଲର ଓ ଡଙ୍ଗା ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ବିଜ୍ଞପ୍ତିରେ ଯାନ୍ତ୍ରିକ ଉପାୟରେ ମାଛ ଧରୁଥିବା ସମସ୍ତ ମାଛଧରା ଡଙ୍ଗା, ଟାପା ଓ ଟ୍ରଲର ଚଳାଚଳକୁ ଏହି ସାମୁଦ୍ରିକ ଜଳସୀମା ମଧ୍ୟରେ ନିଷେଧ କରାଯାଇଛି। ଏଥି ସହିତ କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ରାଜ୍ୟ ପୁଲିସ ଓ ତଟରକ୍ଷୀ ବାହିନୀକୁ କ୍ଷମତା ଦିଆଯାଇଛି ।

ଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏକକୂଳା, ସାତଭାୟା, ଜଉଦିଆ, ଦୋବନ୍ଧି, ଶାସନପେଟା, ତାଲଙ୍ଗ, ଜଟାଧାର, ଷଣ୍ଢକୁଦ ୧, ୨, ହାୱାଖାନା, ରାମତାରା ଓ ବନ୍ଦର ଆଦି ୧୪ଟି ସ୍ଥାନରେ ଟ୍ରଟଲ୍‌ ପ୍ରୋଟେକ୍ସନ୍‌ କ୍ୟାମ୍ପ କରାଯିବ । ଅଫିସର କ୍ୟାମ୍ପ୍‌ରେ ୫ଜଣ ଲେଖାଏଁ କର୍ମଚାରୀ ଓ ଅନ୍ୟ ୧୪ଟି ଟ୍ରଟ୍‌ଲ୍‌ ପ୍ରୋଟେକ୍ସନ କ୍ୟାମ୍ପ୍‌ରେ ୩ ଜଣ ଲେଖାଏଁ କର୍ମଚାରୀଙ୍କୁ ନିୟୋଜିତ ହେବେ ।

ସେହିପରି ବାବୁବାଲି ଓ ଶାସନପେଟାରେ ଗୋଟିଏ ସେକ୍ସନ୍‌ ଲେଖାଏଁ ଏପିଆର୍‌ ଫୋର୍ସ ମୃତୟନ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କୁ ଜଳଦସ୍ୟୁ ଓ ମାଛ ମାଫିଆଙ୍କ କବଳରୁ ରକ୍ଷା କରିବା ଓ ବେଆଇନ୍‌ ଟ୍ରଲର ଚଳାଚଳ ଉପରେ ଅଙ୍କୁଶ ରଖିବା ପାଇଁ ବନବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍‌ ପୁଲିସ୍‌, ମତ୍ସବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+