ପାରାଦୀପ ସମେତ ଓଡ଼ିଶା ଉପକୂଳରେ ଆଜିଠୁ ୬୧ ଦିନ ଯାଏଁ ମାଛଧରା ବନ୍ଦ
ପାରାଦୀପରେ ଆଜିଠୁ ୬୧ ଦିନ ଯାଏଁ ମାଛଧରା ବନ୍ଦ । ଓଡ଼ିଶା ଉପକୂଳରେ ମାଛ ଧରା ବନ୍ଦ ପାଇଁ ନିର୍ଦ୍ଦେଶ। ଏହି ଦୁଇ ମାସରେ କୌଣସି ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରି ପାରିବେ ନାହିଁ । ମତ୍ସ୍ୟ ନିର୍ଦ୍ଦେଶାଳୟ କଟକ ପକ୍ଷରୁ ଏହି ସର୍କୁଲାର (ଚିଠି ନଂ.୩୯୮୭) ଜାରି କରାଯାଇଛି । ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ସାଢ଼େ ୮ ମିଟର ଡଙ୍ଗାରେ କେବଳ ମାଛ ଧରାଯାଇପାରିବ ।
ପାରାଦୀପ ମାଛଧରା ବନ୍ଦର ସମେତ ରାଜ୍ୟର ସମସ୍ତ ଉପକୂଳ ଜିଲ୍ଲାରେ କଟକଣା ଜାରି କରାଯାଇଛି । ଏହାଦ୍ବାରା ପ୍ରାୟ ୧୨ ଲକ୍ଷ ମତ୍ସ୍ୟଜୀବୀ ପ୍ରଭାବିତ ହେବେ । ୨୦୦୭ ମସିହାରୁ କଟକଣା ଚାଲିଛି। ପୂର୍ବରୁ ଏହା ୪୫ ଦିନ ରହୁଥିଲା । ତେବେ ୨୦୧୭ ରୁ ୬୧ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମୁଦ୍ରରେ ମାଛ ବଂଶ ବୃଦ୍ଧି ପାଇଁ ଏପରି କରାଯାଉଛି।

ଏପ୍ରିଲ ୧୫ ରୁ ଜୁନ ୧୪ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କଟକଣା ଜାରି ହେବା ପୂର୍ବରୁ ରବିବାର ସୁଦ୍ଧା ସମୁଦ୍ର ଭିତରେ ଥିବା ମାଛଧରା ବୋଟଗୁଡ଼ିକ ମାଛଧରା ବନ୍ଦର ପୋତାଶ୍ରୟକୁ ଫେରି ଆସିଛନ୍ତ ।
କଟକଣାକୁ ମତ୍ସ୍ୟଜୀବୀମାନେ ସହଜରେ ସ୍ବାଗତ କରିଥାନ୍ତି। କାରଣ ଏହି ସମୟ ମଧ୍ୟରେ ମାଛ ବଂଶ ବୃଦ୍ଧି ପାଇଁ ଉପଯୁକ୍ତ ସମୟ ଥାଏ। ପ୍ରଜନନ, ଅଣ୍ଡାଦାନ ପାଇଁ ମା'ମାଛ କୂଳକୁ ଆସିଥାନ୍ତି। ଏହି ସମୟରେ ମାଛ ଧରିଲେ ମା'ଓ ଯାଅଁଳ ମାଛ କ୍ଷତିଗ୍ରସ୍ତ ହେବେ।
ମାଛ ବଂଶ ବଢ଼ିଲେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଫାଇଦା ମିଳିବ ବୋଲି ସେ କୁହନ୍ତି। ପାରାଦୀପ ମାଛଧରାବନ୍ଦର ଭିତରେ ଏତେ ଗୁଡିଏ ଲୋକଙ୍କ କାରବାର ପାଇଁ ସବୁବେଳେ ଗହଳ ଚହଳ ରହିଥାଏ। ଏବେ ୨ମାସ ସେଠାରେ ଖାଁ ଖାଁ ପରିବେଶ ଦେଖାଦେବ।
ସୂଚନାଯୋଗ୍ୟ, ପାରାଦୀପ ମାଛଧରା ବନ୍ଦରରୁ ପ୍ରାୟ ୬୦୦ ବଡ଼ ବୋଟ ଓ ୨୦୦ ଛୋଟ ଡଙ୍ଗା ମାଛ ଧରିବା ପାଇଁ ନିୟମିତ ସମୁଦ୍ରକୁ ଯାଇଥାନ୍ତି। ଏହି ମତ୍ସ୍ୟ ଶିଳ୍ପ ଉପରେ ପ୍ରାୟ ୫୦ ହଜାର ଲୋକ ନିର୍ଭରଶୀଳ ବୋଲି ଓମ୍ଫା (ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ) ସଭାପତି ଶ୍ରୀକାନ୍ତ ପରିଡ଼ା କୁହନ୍ତି। ଏବେ ସେମାନେ ଦୁଇମାସ ଘରକୁ ପଳାଇ ଯିବେ। ୨୦୦୫ ପୂର୍ବରୁ ଗୋଟିଏ ବୋଟ୍ ସମୁଦ୍ରରେ ବର୍ଷକୁ ୨୦ ରୁ ୨୨ଥର ସମୁଦ୍ରକୁ ଯାଇ ମାଛଧରି ଫେରୁଥିଲେ।












Click it and Unblock the Notifications