Get Updates
Get notified of breaking news, exclusive insights, and must-see stories!

Fish and Egg: ମାଛ, ଅଣ୍ଡା ଉତ୍ପାଦନରେ ଓଡ଼ିଶା ପଛରେ

ରାଜ୍ୟରେ ଆମିଷ ଚାହିଦା କ୍ରମାଗତ ବୃଦ୍ଧି ପାଇଚାଲିଛି କିନ୍ତୁ ସେହି ଅନୁପାତରେ ଉତ୍ପାଦନ ବଢ଼ୁ ନାହିଁ। ବିଶେଷକରି ମାଛ ଓ ଅଣ୍ଡା ଉପରେ ଓଡ଼ିଶା ଆନ୍ଧ୍ରପ୍ରଦେଶ ଉପରେ ଆଜି ବି ନିର୍ଭରଶୀଳ। ଦୈନିକ ପ୍ରାୟ ୧୧୦ ମେଟ୍ରିକ୍‌ ଟନ୍ ମାଛ ଓ ୧୫ଲକ୍ଷ ଅଣ୍ଡା ଆମଦାନୀ ହେଉଛି। ଏହାର ଉତ୍ପାଦନ‌େ‌ର ସ୍ବୟଂସମ୍ପୂର୍ଣ୍ଣ ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଥିଲେ ହେଁ ତାହା ପୂରାମାତ୍ରାରେ ସଫଳ ହୋଇପାରୁନି।

କାର୍ତ୍ତିକ ମାସ ଶେଷ ହେବାପରେ ଏବେ ରାଜ୍ୟରେ ଆମିଷ ଚାହିଦା ବହୁ ପରିମାଣରେ ବୃଦ୍ଧି ପାଇଛି। ଚାହିଦା ମୁତାବକ ସ୍ଥାନୀୟ ଅଞ୍ଚଳରେ ମାଛ ଓ ଅଣ୍ଡା ଉତ୍ପାଦନ ଯଥେଷ୍ଟ ହେଉନଥିବାରୁ ବାହାର ରାଜ୍ୟରୁ ଏହା ଆମଦାନୀ କରାଯାଉଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓଡ଼ିଶାର ଆମିଷ ଉପଭୋକ୍ତାଙ୍କ ଚାହିଦା ମେଣ୍ଟାଉଛି। ତଥ୍ୟ ଅନୁସାରେ, ଦୈନିକ ୧୧୦ ମେଟ୍ରିକ ଟନ୍ ଓ ବାର୍ଷିକ ୪୦ହଜାର ମେଟ୍ରିକ ଟନ୍ ମାଛ ଆମଦାନୀ ହେଉଛି। ଜନସଂଖ୍ୟା ବୃଦ୍ଧି ସହିତ ମାଛର ଚାହିଦା ଦିନକୁ ଦିନ ଅଧିକ ହେବାରେ ଲାଗିଛି। ୨୦୧୪-୧୫ରେ ୩୮, ୧୧୮ମେଟ୍ରିକ ଟନ୍ ଆମଦାନୀ ହୋଇଥିବା ବେଳେ ୨୦୧୯-୨୦ରେ ୪୬, ୨୭୩ ମେଟ୍ରିକ ଟନ୍ ମାଛ ବାହାରୁ ଆସିଥିଲା।

Fish and Egg Odisha lags behind in fish and egg production

ଏହି ସମୟ ମଧ୍ୟରେ ରାଜ୍ୟରେ ମିଶନ ମୋଡ଼ରେ ମାଛ ଓ ଅଣ୍ଡା ଉତ୍ପାଦନ ପାଇଁ ପଦକ୍ଷେପ ନିଆଯିବାରୁ ୨୦୧୯ରୁ ୨୦୨୪ ମଧ୍ୟରେ ପାଖାପାଖି ୨୮ପ୍ରତିଶତ ହ୍ରାସ ଘଟିଥିଲା। ଏହି ସମୟ ମଧ୍ୟରେ ସ୍ଥାନୀୟ ମାଛ ଉତ୍ପାଦନ ୮.୨ଲକ୍ଷ ଟନ୍ ଠାରୁ ବୃଦ୍ଧି ପାଇ ୧୧.୨ ଲକ୍ଷ ଟନ୍‌ରେ ପହଞ୍ଚିଥିଲା। ଉତ୍ପାଦନ ବୃଦ୍ଧି ପରେ ବି କେବଳ କଟକ ଜିଲାକୁ ପ୍ରତିଦିନ ଆନ୍ଧ୍ରରୁ ୨୦ ଟନ୍ ମାଛ ଆସୁଛି। ସେହିଭଳି ରାଜ୍ୟରେ ଅଣ୍ଡା ଉତ୍ପାଦନ ଓ ଚାହିଦା ମଧ୍ୟରେ ବଡ଼ ଫରକ ରହିଛି। ଏହି ଚାହିଦାକୁ ମେଣ୍ଟାଇବା ପାଇଁ ପ୍ରତିଦିନ ୧୫ ଲକ୍ଷ ଅଣ୍ଡା ବାହାର ରାଜ୍ୟରୁ ଆସୁଛି। ରାଜ୍ୟ ସରକାରଙ୍କ ଉଦ୍ୟମ ଓ ବିଭିନ୍ନ ଯୋଜନା ଯୋଗୁଁଁଁ ଅଣ୍ଡା ଉତ୍ପାଦନରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ଆସିଥିଲେ ସୁଦ୍ଧା ଅନ୍ୟ ଉପରେ ନିର୍ଭରଶୀଳତା ହ୍ରାସ ପାଉନି।

ମାଛ ଓ ଅଣ୍ଡା ଉତ୍ପାଦନରେ ବୃଦ୍ଧି ପାଇଁ ସରକାର ୨୦୧୫ରେ ଓଡ଼ିଶା ମତ୍ସ୍ୟନୀତି ପ୍ରଣୟନ କରିଥିଲା। ଏହା ମାଧ୍ୟମରେ ରାଜ୍ୟରେ ବାର୍ଷିକ ୩୦ କୋଟି ମାଛ ଯାଆଁଳ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସେହିଭଳି ମତ୍ସ୍ୟଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାର ସହାୟତା ଯୋଜନା କରାଯାଇଥିଲା। ୨୦୨୪-୨୫ରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ହାତକୁ ନିିଆଯାଇଥିଲା। ଏହା ମାଧ୍ୟମରେ ରାଜ୍ୟର ୭ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୨, ୨୩୯କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ସେହିଭଳି ମତ୍ସ୍ୟ ପୋଖରୀ ଯୋଜନା ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ମାଧ୍ୟମରେ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ ପ୍ରଶିକ୍ଷଣ, ମାଛ ରୋଗ ନିରାକରଣ ଓ ବିକ୍ରି ପାଇଁ ସହଯୋଗ କରାଯାଉଛି। ପୋଖରୀ ସଂଖ୍ୟା ବୃଦ୍ଧି ପାଇବାରୁ ରାଜ୍ୟରେ ମାଛ ଉତ୍ପାଦନ ବଢ଼ିଛି।

ତୁଳନାତ୍ମକ ଭାବେ ଦେଖିଲେ, ୨୦୦୦ରୁ ୨୦୦୧ ରେ ରାଜ୍ୟରେ ୨.୬ ଲକ୍ଷ ଟନ୍ ମାଛ ଉତ୍ପାଦନ ହୋଇଥିବା ବେଳେ ୨୦୨୪-୨୫ରେ ୧୧ ଲକ୍ଷ ଟନ୍‌ରେ ପହଞ୍ଚିଛି। ସେହିଭଳି ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଏସଏଚଜି ମହିଳାଙ୍କୁ ସ୍ବତନ୍ତ୍ର ଭାବେ ସହାୟତା ପ୍ରଦାନ କରାଯାଉଛି। କୁକୁଡ଼ା ଚାଷ ପାଇଁ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା ବେଳେ ଉନ୍ନତମାନର କୁକୁଡ଼ା ଛୁଆ, କୁକୁଡ଼ା ଖାଦ୍ୟ ଓ ରୋଗ ନିୟନ୍ତ୍ରଣ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ବେକାର ଯୁବକ ଯୁବତୀଙ୍କୁ ମାଛ ଓ ଅଣ୍ଡା ଉତ୍ପାଦନ ପାଇଁ ବିଭିନ୍ନ ସହାୟତା ପ୍ରଦାନ କରାଯାଉଥିବାରୁ ସ୍ଥାନୀୟ ଉତ୍ପାଦନରେ ବହୁ ପରିମାଣରେ ବୃଦ୍ଧି ଘଟିଛି। ତଥାପି ଓଡ଼ିଶା ବାହାର ରାଜ୍ୟ ଉପରେ ଏବେବି ନିର୍ଭର କରୁଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+