Yashasvi Jaiswal: ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ଦୁଇ ଦୁଇଟି ରେକର୍ଡ
ଟିମ୍ ଇଣ୍ଡିଆର ଯୁବ ଓପନର୍ ଯଶସ୍ବୀ ଜୟସୱାଲ ନୂଆ ରେକର୍ଡ । ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ ବ୍ୟାଟିଂ ନିଦର୍ଶନ ଦେଇ ଭାରତୀୟ ଟିମ୍ର ପ୍ରମୁଖ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଯଶସ୍ବୀ ଭଲ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ଇନିଂସ ବଳରେ ସେ ୪୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି। ଏଥିସହ ସେ ଏକ ସ୍ବତନ୍ତ୍ର ତାଲିକାରେ ଭାରତର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇ ଶୀର୍ଷରେ ପହଞ୍ଚିଛନ୍ତି। ସେ ଏଭଳି କାରନାମା କରିଛନ୍ତି ଯାହାକି ବିରାଟ କୋହଲି ନିଜ କ୍ୟାରିୟରରେ ଏଯାବତ କରିପାରିନାହାନ୍ତି।
ଯଶସ୍ବୀ ନ୍ୟୁଜିଲାଣ୍ଡ ବିପକ୍ଷ ପୁଣେ ଟେଷ୍ଟ ମ୍ୟାଚ୍ର ଅନ୍ତିମ ଇନିଂସରେ ୬୫ ବଲ୍ରେ ୭୭ ରନ୍ କରିଥିଲେ। ଏଥିରେ ୯ ଚୌକା ଏବଂ ୩ ଛକା ରହିଥିଲା। ରନ୍ ବଳରେ ଭାରତରେ ଚଳିତ ବର୍ଷ ସେ ନିଜର ୧୦୦୦ ଟେଷ୍ଟ ରନ୍ ପୂରଣ କରିଛନ୍ତି। ଏହାପୂର୍ବରୁ ଏହି କାରନାମା ୧୯୭୯ରେ ଗୁଣ୍ଡପ୍ପା ବିଶ୍ୱନାଥ(୧୦୪୭) କରିଥିଲେ। ଯଶସ୍ବୀ ଚଳିତ ବର୍ଷ ଭାରତରେ ୧୦୫୬ କରି ବିଶ୍ୱନାଥଙ୍କ ରେକର୍ଡ ଭାଙ୍ଗିଛନ୍ତି। ଅନ୍ତର୍ଜାତୀୟସ୍ତରରେ ଯଶସ୍ବୀ ଘରୋଇ ଟେଷ୍ଟ ମ୍ୟାଚ୍ରେ ୧୦୦୦+ ରନ୍ କରିଥିବା ବିଶ୍ୱର ୬ଷ୍ଠ ଖେଳାଳି ପାଲଟିଛନ୍ତି।

ଭାରତୀୟ ଟେଷ୍ଟ କ୍ରିକେଟର ୯୨ ବର୍ଷର ଇତିହାସ ମଧ୍ୟରେ ଜୈସୱାଲ ପ୍ରଥମ ବ୍ୟାଟର ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୩୦ କିମ୍ବା ତା' ଠାରୁ ଅଧିକ ଛକା ମାରିବାର କୀର୍ତ୍ତିମାନ ହାସଲ କରିଛନ୍ତି। ୨୦୨୪ ଜୈସୱାଲଙ୍କ ପାଇଁ ବେଶ ଚମତ୍କାର ରହିଛି। ସେ ଏହି ବର୍ଷ ୧ ହଜାରରୁ ଅଧିକ ରନ ମଧ୍ୟ କରିବାର ରେକର୍ଡ ହାସଲ କରିଛନ୍ତି।
ଜୈସୱାଲ ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ଟି ଛକା ମାରି ଚଳିତ ବର୍ଷ ନିଜର ଛକା ସଂଖ୍ୟାକୁ ୩୨ରେ ପହଞ୍ଚାଇ ଦେଇଛନ୍ତି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାରେ ଜୈସୱାଲ ଏବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ଉପରେ ବିଶ୍ୱର ଏକମାତ୍ର ବ୍ୟାଟର ଭାବେ ନ୍ୟୁଜିଲ୍ୟାଣ୍ଡର ବ୍ରାଣ୍ଡନ ମ୍ୟାକକୁଲମ ରହିଛନ୍ତି।
ମ୍ୟାକକୁଲମ ୨୦୧୪ ବର୍ଷରେ ୩୩ଟି ଛକା ମାରିଥିଲେ। ଏହାକୁ ଅତିକ୍ରମ କରିବା ପାଇଁ ଜୈସୱାଲଙ୍କ ପାଖରେ ଯଥେଷ୍ଟ ସୁଯୋଗ ରହିଛି। କାରଣ ଚଳିତ ବର୍ଷ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଉ ଗୋଟିଏ ଟେଷ୍ଟ ଖେଳିବେ।
ସେହିପରି ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ୪ଟି ଟେଷ୍ଟ ମଧ୍ୟ ଚଳିତ ବର୍ଷ ଖେଳାଯିବ। ଏଥିରେ ଯଦି ଜୈସୱାଲ ସୁଯୋଗ ପାଆନ୍ତି, ତା'ହେଲେ ସେ ନିଶ୍ଚିତ ମ୍ୟାକକୁଲମଙ୍କ ରେକର୍ଡ ଭାଙ୍ଗିବାକୁ ସକ୍ଷମ ହେବେ।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଇନିଂସରେ ଜୈସୱାଲ ଦମଦାର ୭୭ ରନ କରିଥିଲେ ହେଁ ବାକି ବ୍ୟାଟର ତାଙ୍କୁ ସାଥ ଦେଇ ନଥିଲେ। ସେ ଆଉଟ ହେବା ପରେ ଭାରତୀୟ ଟିମ ଆଉ ୧୧୮ ରନରେ ୭ଟି ୱିକେଟ ହରାଇଥିଲା। ଏହା ମଧ୍ୟରୁ ରବୀନ୍ଦ୍ର ଜାଡେଜା ଏକାକୀ ୪୨ ରନ କରିଛନ୍ତି।
ନ୍ୟୁଜିଲ୍ୟାଣ୍ଡ ପାଇଁ ମିଚେଲ ସାଣ୍ଟନର ଜଲୱା ଦେଖାଇ ଏହି ମ୍ୟାଚ୍ରେ ୧୩ଟି ୱିକେଟ ଦଖଲ କରିଛନ୍ତି।












Click it and Unblock the Notifications