ରାଜଧାନୀରେ ଖୋଲିଲା ରାଜ୍ୟର ପ୍ରଥମ ସେନ୍ସରୀ ପାର୍କ

ରାଜଧାନୀରେ ଖୋଲିଲା ରାଜ୍ୟର ପ୍ରଥମ ସେନ୍ସରୀ ପାର୍କ। ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏହି ପାର୍କର ଉଦଘାଟନ କରିଛନ୍ତି।

ଭୁବନେଶ୍ଵର: ରାଜଧାନୀରେ ଖୋଲିଲା ରାଜ୍ୟର ପ୍ରଥମ ସେନ୍ସରୀ ପାର୍କ। ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏହି ପାର୍କର ଉଦଘାଟନ କରିଛନ୍ତି। ସହରାଞ୍ଚଳ କର୍ତ୍ତୁପକ୍ଷଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ । ୨୦୧୮ ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କୋଭିଡ କାରଣରୁ ବନ୍ଦ ରହିଥିଲା ।

Sensory park

ଭୁବନେଶ୍ୱର ସହିଦ ନଗର ଅଞ୍ଚଳରେ ରହିଛି ଏହି ପାର୍କ ।ଦିବ୍ଯାଙ୍ଗମାନେ ଖୁବ୍ ଆରାମରେ ପାର୍କର ମଜା ନେଇ ପାରିବେ ।ସ୍ମାର୍ଟ ସିଟି ପକ୍ଷରୁ ପାର୍କକୁ ସ୍ଵତନ୍ତ୍ର ଭାବେ ତିଆରି କରାଯାଇଛି। ପ୍ରତ୍ୟେକ ବୟସର ଦିବ୍ୟାଙ୍ଗଙ୍କ ପାଇଁ ରହିଛି ଭିନ୍ନ ବ୍ୟବସ୍ଥା। ପାର୍କରେ ଇପିଡିଏମ ଚଟାଣ ସହ ମୁକ୍ତାକାଶ ବ୍ୟାୟାମ ନିମନ୍ତେ ରହିଛି ବ୍ୟବସ୍ଥା । ଏଥି ସହ ପିଲାଙ୍କ ଖେଳିବା ପାଇଁ ରହିଛି ୱିଲ ଚେୟାର ଦୋଳି, ମ୍ୟୁଜିକଲ ପୋଲ, ମଙ୍କିବାର କ୍ଲାଇମ୍ୱର ଭଳି ସମସ୍ତ ଉପକରଣ ରହିଛି। ପାର୍କ ନିର୍ମାଣ ନେଇ ପ୍ରାୟ ଏକ କୋଟି ଟଙ୍କା ବ୍ୟୟ କରାଯାଇଛି।

ସକାଳ ଏବଂ ସନ୍ଧ୍ୟାରେ ଦିବ୍ୟାଙ୍ଗମାନେ ପରିବାର ସହ ପାର୍କ ଆସି ପାରିବେ ବୋଲି କହିଛନ୍ତି ବିଏସସିଏଲ ଜେନେରାଲ ମ୍ୟାନେଜର କମଲଜିତ୍ ଦାସ। ଉଦଘାଟନୀ ଉତ୍ସବରେ ବିଏମସି ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ଅନ୍ୟ ନେତା ମନ୍ତ୍ରୀ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+