ଧାମନଗର ରାୟ: ୬ଷ୍ଠ ରାଉଣ୍ଡ ଫଳାଫଳ, ବିଜେପି ପ୍ରାର୍ଥୀ ଆଗୁଆ
ଧାମନଗର ଉପନିର୍ବାଚନ ରାୟ । ଲିଡ୍ କରୁଛନ୍ତି ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ । ପଛୁଆ ପଡିଛନ୍ତି ବିଜେଡି ପ୍ରାର୍ଥୀ ।
ଭଦ୍ରକ: ଧାମନଗର ଉପନିର୍ବାଚନ ରାୟ । ଆସିଲା ୬ଷ୍ଠ ରାଉଣ୍ଡ ଫଳାଫଳ । ପ୍ରଥମ ୬ଟି ରାଉଣ୍ଡରେ ଲିଡ୍ କରୁଛନ୍ତି ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ । ପଛୁଆ ପଡିଛନ୍ତି ବିଜେଡି ପ୍ରାର୍ଥୀ । ସମୁଦାୟ ୧୮ ଟି ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ଏବେ ସୁଧା ୬ ରାଉଣ୍ଡ ଗଣତି ସରିଲାଣି। ବିଜେପି ପ୍ରାର୍ଥୀ ୪ ହଜାର ଭୋଟରେ ଆଗରେ ଅଛନ୍ତି ।

ଉଲ୍ଲେଖଥାଉ କି, ଧାମନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଭଦ୍ରକ ସଂସ୍କୃତି ଭବନରେ କଡା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି । ୧୪ଟି ଟେବୁଲରେ ୧୮ ରାଉଣ୍ଡ ପର୍ଯ୍ୟନ୍ତ କାଉଟିଂ ହେବ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ଓ ରାଜ୍ୟ ପୁଲିସ ନିୟୋଜିତ ହୋଇଛନ୍ତି । ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟରେ ଇଭିଏମ ରଖାଯାଇଛି ।
କାଉଂଟିଙ୍ଗ ପାଇଁ ପ୍ରତି ଟେବୁଲରେ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଂଟ ସୁପରଭାଇଜର ଓ ଜଣେ ମାଇକ୍ରୋ ଅବଜରଭର ରହିଛନ୍ତି ।
ବିଜୟୀ ନେଇ ଉଭୟ ବିଜେଡି-ବିଜେପି ଆଶାବାଦୀ ରହିଛନ୍ତି । ସୂରଜ ସୂର୍ଯ୍ୟବଂଶୀ ବିଜେପିର ପ୍ରାର୍ଥୀ ରହିଥିବା ବେଳେ ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ରହିଛନ୍ତି ସେହିପରି କଂଗ୍ରେସର ହରେକୃଷ୍ଣ ସେଠୀ, ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି ।












Click it and Unblock the Notifications