Get Updates
Get notified of breaking news, exclusive insights, and must-see stories!

ପଞ୍ଚାୟତ ନିର୍ବାଚନ: କାଲି ପ୍ରଥମ ପର୍ଯ୍ୟାୟ ଭୋଟିଂ, ଅବାଧ-ନିରପେକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି

ରାତି ପାହିଲେ ପଞ୍ଚାୟତ ନିର୍ବାଚନ ପାଇଁ ହେବ ପ୍ରଥମ ପର୍ଯ୍ୟାୟ ଭୋଟିଂ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ତତ୍ୱାବଧାନରେ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଭୁବନେଶ୍ୱର: ରାତି ପାହିଲେ ପଞ୍ଚାୟତ ନିର୍ବାଚନ ପାଇଁ ହେବ ପ୍ରଥମ ପର୍ଯ୍ୟାୟ ଭୋଟିଂ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ତତ୍ୱାବଧାନରେ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

 odisha panchayat election

ଚଳିତଥର ମୋଟ ୨ କୋଟି ୭୯ ଲକ୍ଷରୁ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ୬୭୯୪ ଗ୍ରାମ ପଞ୍ଚାୟତରେ ୯୧,୯୧୩ ୱାର୍ଡରେ ହେବ ଭୋଟ ଗ୍ରହଣ । ଆଉ ୯୧୯୧୩ଟି ବୁଥରୁ ୧୩,୭୮୫ଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ କେତେ ପ୍ରସ୍ତୁତି କରାଯାଇଛି ସେନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।

ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ଅପରାହ୍ନ ସୁଦ୍ଧା ସମସ୍ତ ପୋଲିଂ ପାର୍ଟି ନିଜ ବୁଥରେ ପହଞ୍ଚିବେ । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମ ପଞ୍ଚାୟତାରେ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ପାଇଁ ପଡିବ ଭୋଟ । ପ୍ରଥମ ପର୍ଯ୍ୟାୟରେ ମୋଟ ୨୨,୩୭୯ଟି ବୁଥରେ ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ପ୍ରଥମ ପର୍ଯ୍ୟାୟରେ ମୋଟ ୩୩୫୭ଟି ସମ୍ବେଦନଶୀଳ ବୁଥ ରହିଛି । ପ୍ରଥମ ପର୍ଯ୍ୟାୟରେ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏଁ ଚାଲିବ ।

ତେବେ ଭୋଟ ଦେବାକୁ ପଞ୍ଚାୟତ ପାଇଁ ପ୍ରସ୍ତୁତ ୱାର୍ଡୱାରୀ ଭୋଟର ତାଲିକାରେ ନାଁ ଥିବା ଜରୁରୀ । ଭୋଟ ପରିଚୟ ପତ୍ର ଦେଖାଇ ଭୋଟର ଭୋଟ ଦେଇପାରିବେ । ଯଦି କାହା ପାଖରେ ଭୋଟ ନଥାଏ ତେବେ ରାଜ୍ୟ ନିର୍ବାଚନ କମିଶନଙ୍କ ଅନୁମୋଦିତ ୧୩ଟି ପ୍ରମାଣପତ୍ରରୁ ଗୋଟିଏ ଦେଖାଇ ମଧ୍ୟ ଭୋଟ ଦେଇପାରିବେ । କରୋନା କାଳରେ ନିର୍ବାଚନ ହେଉଥିବାରୁ କଟକଣାକୁ କଡାକଡି କରାଯାଇଛି । ଭୋଟଗ୍ରହଣ କେନ୍ଦ୍ରରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ । ସେହିଭଳି ଚଳିତ ନିର୍ବାଚନରେ ୩୭,୨୪୫ ଜଣ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+