ପୁରୀରେ ପହଞ୍ଚିଲା ପ୍ରଥମ ରଥକାଠ
ରଥ ନିର୍ମାଣ ପାଇଁ ଶନିବାର ପୁରୀରେ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ଚିଛି । ନୟାଗଡର ଦଶପଲ୍ଲା ରେଞ୍ଜରୁ ଏହି କାଠ ଆସିଛି । ୩ଟି ଟ୍ରକ ଯୋଗେ ମୋଟ ୧୦୪ ଖଣ୍ଡ କାଠ ଆସି ପହଞ୍ଚିଛି । ସେଥିରୁ ଅଶନ କାଠ ୩୩ ଓ ଧଉରା କାଠ ୭୧ ଖଣ୍ଡ ଆସିଛି ।
ପୁରୀ: ରଥ ନିର୍ମାଣ ପାଇଁ ଶନିବାର ପୁରୀରେ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ଚିଛି । ନୟାଗଡର ଦଶପଲ୍ଲା ରେଞ୍ଜରୁ ଏହି କାଠ ଆସିଛି । ୩ଟି ଟ୍ରକ ଯୋଗେ ମୋଟ ୧୦୪ ଖଣ୍ଡ କାଠ ଆସି ପହଞ୍ଚିଛି । ସେଥିରୁ ଅଶନ କାଠ ୩୩ ଓ ଧଉରା କାଠ ୭୧ ଖଣ୍ଡ ଆସିଛି । ଏହି କାଠ ଦଶପଲ୍ଲା ଜଙ୍ଗଲରୁ ସଂଗ୍ରହ କରାଯାଇଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗତ ବର୍ଷ ଭଳି ୧୧୮ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି । ତେବେ ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥାଏ ।

କାଠ ଗୁଡ଼ିକ ମଧ୍ୟରୁ ୧୨ ଫୁଟ ଲମ୍ବା ଓ ୩ଫୁଟ ଗୋଲାଇର ୩୩ ଖଣ୍ଡ ଅଶନ କାଠ ରହିଥିବା ବେଳେ ୬୮ ଖଣ୍ଡ ଧଉରା ରହିଛି । ସେହିପରି ୨୦ଫୁଟ ଲମ୍ବା ଓ ୪ଫୁଟ ଗୋଲାଇଟ ୩ ଖଣ୍ଡ ଅଶନ କାଠ ମଧ୍ଯ ରହିଛି । ଅବଶିଷ୍ଟ କାଠ ନୟାଗଡ଼ ବନଖଣ୍ଡରୁ ଅକ୍ଷୟ ତୃତୀୟା ପୂର୍ବରୁ ପୁରୀକୁ ପଠାଯିବ ବୋଲି ସୂଚନା ମିଳିଛି । କାରଣ ଅକ୍ଷୟ ତୃତୀୟ ଦିନ ରଥକାଠ ଅନୁକୂଳ ହୋଇଥାଏ। ରଥଖଳାରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ବିଶ୍ୱକର୍ମା ମହାରଣାମାନେ ରଥ ନିର୍ମାଣ ଆରମ୍ଭ କରିଥାନ୍ତି ।
୩ଟି କାଠ ଟ୍ରକ୍ ଦଶପଲ୍ଲା ଜଙ୍ଗଲରୁ ବାହାରି ପ୍ରଥମେ ମହାବୀର ପିଠରେ ପୂଜା ଅର୍ଚ୍ଚନା କରାଯାଇଥିଲା। ପରେ ନୟାଗଡ଼ସ୍ଥିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିକଟ ରଥଖଳାରେ ପହଞ୍ଚିଥିଲା । ନୟାଗଡ଼ ବନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ରଥକାଠକୁ ପୂଜା କରିଥିଲେ । ପରେ ଜଗନ୍ନାଥଙ୍କ ମନ୍ଦିରରୁ ଅପରାହ୍ନକୁ ପୁରୀ ଅଭିମ୍ମୁଖେ ଯାତ୍ରା ଆରମ୍ଭ କରିଥିଲା।












Click it and Unblock the Notifications