Get Updates
Get notified of breaking news, exclusive insights, and must-see stories!

ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ବିଜେଡି ସାଂସଦ ସୁଲତା ଦେଓ ; ପ୍ରଥମ ଓଡ଼ିଆ ମହିଳା ଭାବେ ରଚିଲେ ଇତିହାସ

ଓଡ଼ିଶା ପାଇଁ ଗର୍ବର ଦିନ। ଇତିହାସ ରଚିଲେ ବିଜେଡି ସାଂସଦ ସୁଲତା ଦେଓ । ଓଡ଼ିଶାରୁ ରାଜ୍ୟସଭାରେ ଅଧ୍ୟକ୍ଷତା କରିଥିବା ପ୍ରଥମ ମହିଳା ସାଂସଦ ହେଲେ ସେ। ଚେୟାରକୁ ମୁଣ୍ଡିଆ ମାରି ଗୃହ କାର୍ଯ୍ୟ ପରିଚାଳନା କଲେ।

ପୂର୍ବରୁ ପାଖାପାଖି ୨୫ ବର୍ଷ ତଳେ ଜନତା ଦଳର ସାଂସଦ ସନାତନ ବିଶିଙ୍କୁ ରାଜ୍ୟସଭାରେ ଅଧ୍ୟକ୍ଷତା କରିବାର ସୁଯୋଗ ମିଳିଥିଲା। ଆଉ ଗତବର୍ଷ ବେଜଡି ସାଂସଦ ସସ୍ମିତ ପାତ୍ର ଅଧ୍ୟକ୍ଷତା କରିଥିଲେ। ଆଉ ଗତକାଲି ଏହି ରେକର୍ଡ କଲେ ସୁଲତା।

ସୁଲତା କହିଛନ୍ତି ଯେ, ମୋତେ ଯେତେବେଳେ ଆଜି ଏହି ଚେୟାରରେ ବସିବାର ସୁଯୋଗ ମିଳିଲା, ମୋର ଆଖି ଛଳଛଳ ହୋଇଗଲା। ଚେୟାରରେ ବସିବା ପୂର୍ବରୁ ଜୟ ଜଗନ୍ନାଥ କହି ଆସନକୁ ମୁଣ୍ଡିଆ ମାରିଲି। ପରେ ଗୃହ କାର୍ଯ୍ୟ ପରିଚାଳନା କରିଥିଲି।

SULATA_DEO

ମୋ ପାଇଁ ଜୀବନର ସବୁଠାରୁ ବଡ଼ ଦିନ । ଏହା ମୋ ଜୀବନରେ ସବୁବେଳେ ମନେରହିବ ବୋଲି ସେ କହିଛନ୍ତି। ଚେୟାରରେ ବସିବାର ସୁଯୋଗ ମୋତେ ମିଳିବ ବୋଲି କେବେ ଭାବି ନ ଥିବା ସେ କହିଛନ୍ତି।

ହିମାଚଳ ପ୍ରଦେଶର ଆଦିବାସୀ ତାଲିକା ନେଇ ସମ୍ବିଧାନ ସଂଶୋଧନ ବିଲ୍ ଉପରେ କେନ୍ଦ୍ର ଅଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଉତ୍ତର ଦେଉଥିବା ବେଳେ ସୁଲତା ଦେଓ ଗୃହର ଅଧ୍ଯକ୍ଷତା ପାଇଁ ଆସିଥିଲେ।

ଅର୍ଜୁନ ମୁଣ୍ଡା ଓଡ଼ିଶାର ୧୬୯ ଆଦିବାସୀ ସଂପ୍ରଦାୟଙ୍କ ପ୍ରସଙ୍ଗରେ କହିଥିଲେ ଯେ, ଏନେଇ ଓଡ଼ିଶା ସରକାରଙ୍କଠାରୁ ପ୍ରସ୍ତାବ ଆସିଥିଲା। କିନ୍ତୁ ଏମାନଙ୍କ ମଧ୍ୟରୁ ୮୧ ସଂପ୍ରଦାୟଙ୍କ ନେଇ ଆନ୍‌ଥ୍ରୋପୋଲୋଜିକାଲ ରିପୋର୍ଟ ନଥିଲା। ଫଳରେ ଏହା ରାଜ୍ୟ ସରକାରଙ୍କ ନିକଟକୁ ପୁନର୍ବାର ପଠାଇ ଦିଆଯାଇଛି।

ପରେ ଗୃହ କାର୍ଯ୍ୟ ଶେଷ ହେବା ପରେ ବିଜେଡି ସମେତ ଅନ୍ୟ ଦଳର ସାଂସଦ ମାନେ ତାଙ୍କୁ ଗୃହ ସୁପରି ଚାଳନା ପାଇଁ ଅଭିନନ୍ଦନ ଜଣାଇଥିଲେ। ଗତ ୨୦ ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟା ହୋଇଥିଲେ ସୁଲତା ଦେଓ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+